ସ୍କୁଲ ମଧ୍ୟରେ ମାର୍‌ପିଟ ଘଟଣାରେ ଗୋଷାଣୀ ବ୍ଲକ ମାଛମରା ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ସମେତ ୩ ନିଲମ୍ବିତ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ରଥ, ସହକାରୀ ଶିକ୍ଷକ ହିନ୍ଦୀ ଶିକ୍ଷକ ଏସ୍.ଜୟା ରାଓ ଏବଂ କ୍ରୀଡ଼ା ଶିକ୍ଷକ ବି ରାଜା ଶେଖରାମଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାଲି ସ୍କୁଲ ପରିସରରେ ଶିକ୍ଷକଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । କାର୍ଯ୍ୟାନୁଷ୍ଠାନ ଦାବିରେ ସ୍କୁଲରେ ତାଲା ପକାଇଥିଲେ ଗ୍ରାମବାସୀ । ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ବ୍ଲକ୍ ଶିକ୍ଷାଧିକାରୀ ବିଦ୍ୟାଳୟକୁ ଯାଇ ସମସ୍ତ ଘଟଣାରୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ପରେ ଉପରୋକ୍ତ ତିନି ଜଣ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି ।

ସୂଚନା ଯୋଗ୍ୟ; ଗତକିଛି ମାସ ହେଲାଣି ସ୍କୁଲରେ ଶିକ୍ଷକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏ ନେଇ ଗତକାଲି ପ୍ରଧାନ ଶିକ୍ଷକଙ୍କ ଉପସ୍ଥିତିରେ ପ୍ରାଥମିକ ଶିକ୍ଷକ ଏବଂ ହାଇସ୍କୁଲ ଶିକ୍ଷକଙ୍କ ମଧ୍ୟରେ ବୈଠକ ବସିଥିଲା । ଏହି ସମୟରେ ଯୁକ୍ତିତର୍କ ହେବାରୁ ଶିକ୍ଷକମାନେ ହାତାହାତି ହେବା ପର୍ଯ୍ୟନ୍ତ କଥା ଯାଇଥିଲା । ଛାତ୍ରମାନେ ସେମାନଙ୍କ ମଧ୍ୟରେ ପଶି ଅଟକାଇବାକୁ ଚେଷ୍ଟା କରିବାରୁ ସେ ଆହତ ହୋଇଥିଲେ । ଯାହାକୁ ନେଇ ଗ୍ରାମବାସୀ ଏବଂ ଅଭିଭାବକ ତାତିଥିଲେ ଏବଂ ବିଦ୍ୟାଳୟରେ ତାଲା ପକାଇ ଦେଇଥିଲେ । ଶିକ୍ଷକଙ୍କ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ ।

Leave a Reply

Your email address will not be published. Required fields are marked *