କନଷ୍ଟେବଲ୍ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ମାଟିତଳୁ ବାହାରିଲା ମୃତଦେହ । ଅଭିଯୁକ୍ତ ଦୀପକ ରାଉତକୁ ନେଇ କେନ୍ଦୁଝର ଘଟଗାଁରେ ମୃତଦେହ ପୋତାଯାଇଥିବା ସ୍ଥାନରେ କରାଯାଉଛି ସିନ୍‌ ରିକ୍ରିଏସନ୍‌ । ପ୍ରବଳ ବର୍ଷା ଭିତରେ ସିନ୍‌ ରିକ୍ରିଏସନ କରୁଛି ପୋଲିସ। ଅଖା ଭିତରେ ବନ୍ଧା ଯାଇଥିବା ଅବସ୍ଥାରେ ଉଦ୍ଧାର କରାଗଲା ମୃତଦେହ ଉଦ୍ଧାର । ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଘଟଗାଁ ସ୍ଥିତ ଜଙ୍ଗଲ ଭିତରୁ ଜେସିବିରେ ଖୋଳି ବାହାର କରାଗଲା ମୃତଦେହ।

ଅନ୍ୟପଟେ କନଷ୍ଟେବଲ୍ ଶୁଭମିତ୍ରା ସାହୁ ହତ୍ୟା ଘଟଣାରେ ସିପିଙ୍କ ବଡ଼ ସୂଚନା ଦେଇଛନ୍ତି। ସିପି କହିଛନ୍ତି ୧୦ ଲକ୍ଷ ଟଙ୍କା ଝଗଡ଼ାରୁ ହତ୍ୟା କରାଯାଇଥିବା ପ୍ରମାଣ ମିଳିଛି । ଶୁଭମିତ୍ରା ଅଭିଯୁକ୍ତ ଦୀପକକୁ ପ୍ରାୟ ୧୦ ଲକ୍ଷ ଟଙ୍କା ଦେଇଥିଲା । ବିବାହ ଉତ୍ସବ ପାଳନ ପାଇଁ ଶୁଭମିତ୍ରା ଟଙ୍କା ମାଗିବାରୁ ଝଗଡ଼ା ।ଏଯାବତ ଏକା ହତ୍ୟା କରିବା ପ୍ରମାଣ ମିଳିଛି, ତଥାପି ତଦନ୍ତ ଚାଲିଛି । ମାତ୍ର ମୃତଦେହ ଘଟଗାଁ ନେଇ ପୋତିବା ନେଇ ଖୋଳତାଡ଼ ଚାଲିଛି । ୨୦୨୪ ଜୁଲାଇରେ ଶୁଭମିତ୍ରାଙ୍କୁ କୋର୍ଟରେ ବିବାହ କରିଥିଲା ଦୀପକ । ୧ କୋଟି ଟଙ୍କାର ବୀମା କରିବା ନେଇ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *