ଚିକିତ୍ସା କରାଇବାକୁ ଯାଇ ଡାକ୍ତରଙ୍କ ଦ୍ୱାରା ଦୁଷ୍କର୍ମର ଶୀକାର ହୋଇଛନ୍ତି ରୋଗୀ। କଟକ ବଡ଼ ମେଡିକାଲରେ ଏଭଳି ଘଟଣା ଦେଖିବାକୁ ମିଳିଛି। କାର୍ଡିଓଲୋଜି ବିଭାଗର ରେସିଡେଣ୍ଟ ଡାକ୍ତର ୨ ରୋଗୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କାର୍ଡିଓଲୋଜି ବିଭାଗରେ ଇକୋ ପରୀକ୍ଷା ବେଳେ ଦୁଷ୍କର୍ମ କରାଯାଇଥିବା କୁହାଯାଉଛି। ଘଟଣା ପରେ ଡାକ୍ତର ମାଡ଼ ଖାଇ ଗୁରୁତର ହେବା ପରେ ଆଇସିୟୁରେ ଭର୍ତ୍ତି କରାଯାଇଛି। ଏ ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଛି।

ତେବେ ଏହି ଘଟଣାର ଅଧିକ ତଦନ୍ତ ପାଇଁ ଏକ ୩ ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟିରେ ସନ୍ତୋଷ କୁମାର ମିଶ୍ର, ସୁଧାଂଶୁ ଶେଖର ମିଶ୍ର ଓ ରୋମା ରତନ ରହିଛନ୍ତି। କମିଟି ଭଲ ଭାବେ ତଦନ୍ତ କରି ରିପୋର୍ଟ ଦେବା ପରେ ଅଭିଯୁକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *