କଂଗ୍ରେସକୁ ବାହୁଡ଼ିଲେ ରମୁ ପାତ୍ର । ନିମାପଡ଼ାର ବିଶିଷ୍ଟ ନେତା ସତ୍ୟବ୍ରତ ପାତ୍ରଙ୍କ କଂଗ୍ରେସରେ ପୁନଃ ଯୋଗଦାନ ଦେଇଛନ୍ତି ।କଂଗ୍ରେସ ଭବନ ଠାରେ ଅନୁଷ୍ଠିତ ଏକ ମହାମିଶ୍ରଣ ସମାବେଶରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଓ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ନିମାପଡାର ବିଶିଷ୍ଟ ନେତା ସତ୍ୟବ୍ରତ ପାତ୍ରଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ ଓ କଂଗ୍ରେସ ସଭ୍ୟ ଫର୍ମ ପୂରଣ କରି ଦଳରେ ସଭ୍ୟ ଭାବରେ ଗ୍ରହଣ କରିଥିଲେ ।

ସୂଚନାଯୋଗ୍ୟ ସତ୍ୟବ୍ରତ ପାତ୍ର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ଅଭିଭକ୍ତ ପୁରୀ ଜିଲ୍ଲାର କଂଗ୍ରେସ ବିଧାୟକ ସ୍ୱର୍ଗତ ବୃନ୍ଦାବନ ପାତ୍ରଙ୍କ ପୁତ୍ର ଅଟନ୍ତି । ସତ୍ୟବ୍ରତ ପାତ୍ର ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଭାବରେ ଦାୟିତ୍ୱ ତୁଲାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ କିଛି ମତାନ୍ତର ଘଟିବାରୁ ସିଏ ବିଜେଡ଼ି ଦଳରେ ଯୋଗଦାନ କରିଥିଲେ । ଆଜି ହଜାର ହଜାର ସମର୍ଥକଙ୍କ ସହ ସତ୍ୟବ୍ରତ ପାତ୍ର କଂଗ୍ରେସକୁ ବାହୁଡ଼ି ଆସିବାରୁ ପୁରୀ ଜିଲ୍ଲା କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଆନନ୍ଦ ଖେଳି ଯାଇଛି ।

ସ୍ୱାଗତ ଜଣାଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସନ୍ତୋଷ ସିଂ ସାଲୁଜା, ଶ୍ରୀକାନ୍ତ ଜେନା, ଜଗନ୍ନାଥ ପଟ୍ଟନାୟକ, ସୁରେଶ କୁମାର ରାଉତରାୟ, ଅନନ୍ତ ପ୍ରସାଦ ସେଠୀ, ଶରତ ରାଉତ, ବିଜୟଲକ୍ଷ୍ମୀ ସାହୁ, ଶିବାନନ୍ଦ ରାୟ, ମୀନାକ୍ଷୀ ବାହିନୀପତି, ଶୁଭେନ୍ଦୁ ମହାନ୍ତି ପ୍ରମୁଖ ସତ୍ୟବ୍ରତ ପାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ କଂଗ୍ରେସ ଅଧିକ ଶକ୍ତିଶାଳୀ ହେବ ବୋଲି କହିଥିଲେ ।

ସତ୍ୟବ୍ରତ ପାତ୍ର କହିଲେ କଂଗ୍ରେସ ମୋର ନିଜ ଘର । ମୋ ଉପରେ ଆସ୍ଥା ପ୍ରକଟ କରି କଂଗ୍ରେସରେ ସାମିଲ କରିଥିବାରୁ ପିସିସି ସଭାପତି ଭକ୍ତ ଚରଣ ଦାସ ତଥା କଂଗ୍ରେସ ରାଜ୍ୟ ପ୍ରଭାରୀ ଅଜୟ କୁମାର ଲଲ୍ଲୁଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଇଥିଲେ । ପିସିସି ସଭାପତି ଭକ୍ତ ଦାସ କହିଲେ, ସତ୍ୟବ୍ରତ ପାତ୍ରଙ୍କ କଂଗ୍ରେସକୁ ଘର ବାହୁଡ଼ା ପୁରୀ ଜିଲ୍ଲା କଂଗ୍ରେସ ସଂଗଠନକୁ ଅଧିକ ମଜବୁତ କରିବା ସହିତ ଓଡ଼ିଶା କଂଗ୍ରେସ କର୍ମକର୍ତ୍ତାଙ୍କ ମନୋବଳ ବୃଦ୍ଧିରେ ସହାୟକ ହେବ ।

ଏହି କାର୍ଯ୍ୟକ୍ରମକୁ ଅରବିନ୍ଦ ଦାସ ପରିଚାଳନା କରିଥିଲେ ଓ ଅମିୟ କୁମାର ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସମୀର ରାଉତରାୟ, ପ୍ରଫୁଲ୍ଲ ପ୍ରଧାନ, ସୁଜିତ ପାଢ଼ୀ, ବିଶ୍ୱ ଭୂଷଣ ଦାସ, ଅଭୟ ସାହୁ, ପ୍ରକାଶ ଜେନା, ବିଶ୍ୱଜିତ ଦାଶ, ମନୋରଞ୍ଜନ ଦାଶ, ପ୍ରଦୀପ ମହାପାତ୍ର, ଜାନକୀ ବଲ୍ଲଭ ପଟ୍ଟନାୟକ, ମାନସ ମଲ୍ଲିକ, ବିଭୁ ପ୍ରସାଦ ମିଶ୍ର, ଚନ୍ଦ୍ରଶେଖର ପରିଡ଼ା, ମାନସ ଆଚାର୍ଯ୍ୟ, ମନ୍ମଥ ରାଉତରାୟ, ପ୍ରଣତୀ ମିଶ୍ର, ନିରୁପମା ପାତ୍ର, ଆଲୋକ ମହାନ୍ତି, ଉଷାରାଣୀ ବେହେରା, ଲଲା ଦାଶ, ବିଷ୍ଣୁ ବାରିକ, ପ୍ରକାଶ ମିଶ୍ର, ତରୁଣ ମିଶ୍ର, ରଜନୀ ମହାନ୍ତି, ଜୟଶ୍ରୀ ପଟ୍ଟନାୟକ, ସସ୍ମିତା ପଣ୍ଡା, ବିପିନ ବିହାରୀ ମହାନ୍ତି, ସୌମ୍ୟ ଖୁଣ୍ଟିଆ, ଶିବପ୍ରସାଦ ଦାଶ, ଜୟଶ୍ରୀ ପାତ୍ର, ଉତ୍ତମ ଆଚାର୍ଯ୍ୟ, ଶିଳ୍ପିଶ୍ରୀ ହରିଚନ୍ଦନ, ମିହିର ଆଚାର୍ଯ୍ୟ, ଶ୍ରୀୟାସ୍ମିତା ପଣ୍ଡା, ନିରୁପମା ପାତ୍ର, କୈଳାସ ସାହୁ, ଏମଡି ସାହାଦୁଲ୍ଲା, କୁଳମଣି ସାହୁ, ପ୍ରଶନ୍ନ ପାଇକରାୟ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *