ଆହୁରି ଭୋଗିବ ପାକିସ୍ତାନ। ଅପରେସନ୍ ସିନ୍ଦୂରର ସଫଳତା ପରେ ପ୍ରଥମ ଥର ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଦଳର ମୁଖପାତ୍ର ତଥା ପୁରୀ ଲୋକସଭା ସାଂସଦ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଅପରେସନ ‘ସିନ୍ଦୂର’କୁ ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ସୂଚନା ଦେଇ କହିଛନ୍ତି ଆମର ଲକ୍ଷ୍ୟ ଥିଲା ଆତଙ୍କବାଦ ଓ ଆତଙ୍କବାଦୀ ବିରୁଦ୍ଧରେ ଲଢ଼େଇ କରିବା । ଅପରେସନ ସିନ୍ଦୂରରେ ୯ ଆତଙ୍କବାଦୀ ଠିକଣାକୁ ଧ୍ୱଂସ କରାଯାଇଛି । ଆତଙ୍କବାଦୀଙ୍କ ଠିକଣାକୁ ମାଟିରେ ମିଶାଇଲା ସେନା । ଏହା ସହ ଆତଙ୍କବାଦୀକୁ ନେଇ ପାକିସ୍ତାନର ମିଛ ଧରାପଡ଼ିଥିଲା ।

ପାକିସ୍ତାନ ଆହୁରି ଭୋଗିବ । ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଆମକୁ ଏହି ନାଁ ସମସ୍ତଙ୍କୁ ମନେ ପକାଇଦେବାକୁ ପଡ଼ିବ, ଯେତେବେଳେ ଆତଙ୍କବାଦୀ ମୁଣ୍ଡ ଟେକି ଉଠିବ, ସେତେବେଳେ ଆମକୁ ଏହି ଚିତ୍ର ଦେଖାଇବାକୁ ପଡ଼ିବ ଅପରେସନ୍ ସିନ୍ଦୂର, ଭାରତର ରାଜନୀତି କେଉଁ ଅବସ୍ଥା କରିଥିଲା । ଯେଉଁଭଳିଭାବେ ଅପରେସନ ସିନ୍ଦୂର ଜରିଆରେ ଆତଙ୍କବାଦ ଆଡ୍ଡା ଉପରେ ଆକ୍ରମଣ କରାଯାଇଛି, ଭାରତୀୟ ସେନା ଅଦମ୍ୟ ସାହସ ଦେଖାଇଛନ୍ତି । ଯାହା ୫୦ ବର୍ଷ ମଧ୍ୟରେ ସମ୍ଭବ ହୋଇ ନ ଥିଲା ଏବେ ହେଲା ।

ସେ ଆଉ ମଧ୍ୟ କହିଛନ୍ତି ପାକିସ୍ତାନ ମଧ୍ୟ ଜାଣିଥିଲା କାର୍ଯ୍ୟାନୁଷ୍ଠାନ ହେବ କିନ୍ତୁ ଜାଣିପାରିଲା ନାହିଁ କେଉଁ ତାରିଖରେ ଆକ୍ରମଣ ହେବ । ପାକିସ୍ତାନ ବିରୁଦ୍ଧରେ ଦୁଇଟି ଉପାୟରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସାମିରକ ଓ ବେସାମରିକ । ବେସାମରିକ ହେଉଛି ସିନ୍ଧୁ ଜଳ ଚୁକ୍ତିକୁ ବାତିଲ କରିବା । ଯାହାକି ୫୦ ବର୍ଷ ମଧ୍ୟରେ କେବେବି କୌଣସି ଯୁଦ୍ଧରେ ଏହା ସମ୍ଭବ ହୋଇପାରି ନ ଥିଲା । ଅଟାରୀ-ୱାଘା ସୀମାକୁ ବନ୍ଦ କରାଯାଇଛି । କୌଣସି ବ୍ୟବସାୟ କରାଯାଇଛି । ପାକିସ୍ତାନ ନାଗରିକଙ୍କର ଭାରତୀୟ ଭିସା ରଦ୍ଦ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦ଟି ଦେଶ ସହିତ ଆଲୋଚନା କରିଛନ୍ତି । ସାଉଦି ଆରବ ଓ ୟୁଏଇ ଭଳି ମୁସଲିମ ବହୁଳ ରାଷ୍ଟ୍ର ଗୁଡ଼ିକ ଭାରତର ସାଥ୍ ଦେଇଛନ୍ତି । ପାକିସ୍ତାନ ଏକ ଘରକିଆ ହୋଇ ରହିଲା ।

ଅପରେସନ ସିନ୍ଦୂରରେ ପାଞ୍ଚଟି ଲକ୍ଷ୍ୟ ଥିଲା । ପ୍ରଥମତଃ ପାକିସ୍ତାନ ଭିତରେ ଦୂର ଦୂରରେ ଥିବା ଆତଙ୍କବାଦୀ ଠିକଣାକୁ ଠାବ କରିବା ଯେଉଁଠି ଆତଙ୍କବାଦୀ ନିଜକୁ ସୁରକ୍ଷିତ ମଣୁଥିଲେ, ଦ୍ୱିତୀୟତଃ ଆତଙ୍କବାଦୀଙ୍କୁ ହତ୍ୟା କରିବା, ତୃତୀୟତଃ ଏହି ଟାର୍ଗେଟ୍ ସ୍ଥାନଗୁଡ଼ିକୁ ମାଟିରେ ମିଶାଇ ଦେବା, ଚର୍ତୁଥତଃ ଏହି ଅପରେସନ ବେଳେ କୌଣସି ସାଧାରଣ ନାଗରିକ ନ ମରିବା ଓ ପରିଶେଷରେ ପାକିସ୍ତାନର କୌଣସି ସାମରିକ ଅନୁଷ୍ଠାନ ଉପରକୁ ଆକ୍ରମଣ ନ କରିବା ।

Leave a Reply

Your email address will not be published. Required fields are marked *