ଖାରଜ ହେଲା ସମ୍ବଲପୁର ଲୋକସଭା ନିର୍ବାଚନୀ ମାମଲା । ନିର୍ବାଚନୀ ମାମଲାକୁ ଖାରଜ କଲେ ହାଇକୋର୍ଟ।ଆବେଦନକାରୀ ସ୍ବାଧୀନ ପ୍ରାର୍ଥୀ ସୁବାସ ମହାପାତ୍ରଙ୍କ ମାମଲା ଖାରଜ ହୋଇଛି । ଲୋକସଭା ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପାଇଁ ହୋଇଥିଲା ଆବେଦନ । ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପାଇଁ ହୋଇଥିଲା ଆବେଦନ । ଆବେଦନର ଗ୍ରହଣୀୟତା ନଥିବା ଦର୍ଶାଇ ଖାରଜ କଲେ ହାଇକୋର୍ଟ । ସୂଚନା ଯୋଗ୍ୟ; ରାଜ୍ୟ ରାଜନୀତିରେ ଚର୍ଚ୍ଚିତ ଲୋକସଭା ଆସନ ସମ୍ବଲପୁର, ଚଳିତ ବର୍ଷ ନର୍ବାଚନରେ ରାଜନୈତିକ ରଣାଙ୍ଗନରେ ସମ୍ବଲପୁର ଲୋକସଭା ଆସନ ହଟସ୍ପଟ ପାଲଟିଥିଲା। ତିନି ପ୍ରମୁଖ ଦଳ ପ୍ରାର୍ଥୀମାନଙ୍କୁ ନେଇ ସରଗରମ ହୋଇଥିଲା ସମ୍ବଲପୁର ରାଜନୀତି । ଭାଜପା ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ନିଜର ପାୱାରଫୁଲ ନେତା ପ୍ରଣବ ପ୍ରକାଶ ଦାସଙ୍କୁ ମୈଦାନକୁ ଓହ୍ଲାଇଥିଲା । ସେହିଭଳି କଂଗ୍ରେସ ସହ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନ ଲଢ଼ିଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜିତିବା ପରେ ନିର୍ବାଚନରେ ତ୍ରୁଟିପୂର୍ଣ୍ଣ ନାମାଙ୍କନ ଦାଖଲ ଓ ଅଫିସ୍ ଅଫ୍ ପ୍ରଫିଟ ଅଭିଯୋଗ ଆଣିଛନ୍ତି ସୁବାସ। Post navigation Snakebite Compensation: ସାପ କାମୁଡ଼ା ମୃତ୍ୟୁ ପାଇଁ ବଢିପାରେ କ୍ଷତିପୂରଣ ରାଶି; ୪ ଲକ୍ଷ ବଦଳରେ ମିଳିବ ୧୦ ଲକ୍ଷ ଟଙ୍କା