ରେଢାଖୋଲରେ ଜିଲ୍ଲାପରିଷଦ ସଭ୍ୟଙ୍କୁ ତହସିଲଦାର ଦେବାଶିଷ ପାତ୍ର ଓ ଅମିନ କୁଳମଣି ନାୟକଙ୍କ ଦୁର୍ବ୍ୟବହାର ଘଟଣାରେ ଅମିନଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ।ସମ୍ବଲପୁର ଜିଲ୍ଲାପାଳ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଏହି ନେଇଛନ୍ତି । ଅମିନ କୁଳମଣି ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବାବେଳେ ତହସିଲଦାର ଦେବାଶିଷ ପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ରେଢ଼ାଖୋଲ ଉପ ଜିଲ୍ଲାପାଳ ରଶ୍ମିରଞ୍ଜନ ମହନ୍ତ । ସୂଚନା ଯୋଗ୍ୟ; ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଜୋନ୍-୨ର ବିଜେପି ଜିଲ୍ଲା ପରିଷଦ ସଦସ୍ୟ ଶରତ ପ୍ରଧାନ ଗତ ବୁଧବାର ତହସିଲଦାର ଦେବାଶିଷ ପାତ୍ରଙ୍କୁ ତାଙ୍କ ପ୍ରକୋଷ୍ଠରେ ଭେଟିଥିଲେ। ଶରତ ତାଙ୍କ ଜମିପଟ୍ଟା ପାଇଁ ଆବେଦନପତ୍ର କାହିଁକି ଖାରଜ କରାଗଲା ବୋଲି ପଚାରିଥିଲେ। ତହସିଲଦାର ପ୍ରଥମେ ସେ କିଛି ଜାଣିନାହାନ୍ତି କି କିଛି କରିପାରିବେ ନାହିଁ ବୋଲି କହିଥିଲେ।ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ବଢ଼ିବାରୁ ତହସିଲଦାର ମହାଶୟ ଶରତଙ୍କୁ ଅସଭ୍ୟ ଭାଷାରେ ଗାଳି ଦେଵା ସହ ଚପଲରେ ପିଟିବାକୁ ଉଦ୍ୟମ କରିଥିଲେ। ପରେ ତହସିଲଦାରଙ୍କ ନିର୍ଦେଶରେ ଜଣେ କର୍ମଚାରୀ ତାଙ୍କୁ ଧକ୍କା ଆଉ ମୁଥ ମାରିମାରି କାର୍ଯ୍ୟାଳୟରୁ ବାହାର କରିଦେଇଥିଲେ। ଏ ସମସ୍ତ ଘଟଣା ଅଫିସରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ୍ ହୋଇଥିବା ଶରତ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି। Post navigation ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଦୁଇଟି ନାବାଳିକାଙ୍କୁ ଦୁଷ୍କର୍ମ ଭରତପୁର ଥାନା ମାମଲା: ତଦନ୍ତ କରୁଥିବା କମିଶନ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କ କାର୍ଯ୍ୟକାଳ ବୃଦ୍ଧି