ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ । ଆଜିର ଦିନରେ ସୂର୍ଯ୍ୟ ଭଗବାନଙ୍କ ପୂଜା କରାଯାଏ । ପରିବାର ଓ ସନ୍ତାନ ସନ୍ତତିଙ୍କ ମଙ୍ଗଳ କାମନା କରି ସୂର୍ଯ୍ୟଙ୍କ ପୂଜା କରିଥାନ୍ତି । ବିଶ୍ୱାସ ରହିଛି ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କ ଉପାସନା କରି ଅର୍ଘ୍ୟ ଦାନ କଲେ ଦୁରାରୋଗ୍ୟରୁ ମୁକ୍ତି ମିଳିଥାଏ ।  ଆଜିର ଦିନରେ ଚନ୍ଦ୍ରଭାଗା ତୀର୍ଥରେ ସୂର୍ଯ୍ୟନାରାୟଣଙ୍କୁ ଉପାସନା କରି ଶାମ୍ବ ଅଭିଶାପ ଜନିତ କୁଷ୍ଠ ରୋଗରୁ ମୁକ୍ତି ଲାଭ କରିଥିଲେ ବୋଲି ପୁରାଣ ବର୍ଣ୍ଣିତ ତଥ୍ୟ ରହିଛି । ତେଣୁ ଆଜିର ଦିନରେ ଘରେ ଘରେ ସୂର୍ଯ୍ୟ ପୂଜା କରାଯାଇଥାଏ ।

କିମ୍ବଦନ୍ତୀ ଅନୁଯାୟୀ, ଏହି ଦିନରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ମହାପ୍ରଭୁ ସୂର୍ଯ୍ୟଙ୍କୁ ପୂଜା କରି କୁଷ୍ଠଙ୍କ ପୁୁତ୍ର ଶାମ୍ବ ମହାପ୍ରଭୁ ସୂର୍ଯ୍ୟଙ୍କୁ ପୂଜା କରି କୁଷ୍ଠ ରୋଗରୁ ମୁକ୍ତ ହୋଇଥିଲେ । ତାହାକୁ ମନେ ପକାଇ ହଜାର ହଜାର ଶ୍ରଦ୍ଧାଳୁମାନେ ସୂର୍ଯ୍ୟପୁଜା କରିଥିଲେ ।

ଅନ୍ୟପଟେ ଚନ୍ଦ୍ରଭାଗା ତୀର୍ଥକ୍ଷେତ୍ରରେ ଶହ ଶହ ଶ୍ରଦ୍ଧାଳୁଙ୍କ ସୂର୍ଯ୍ୟ ନାରାୟଣଙ୍କ ଦର୍ଶନ ଓ ସୂର୍ଯ୍ୟ ଆଳତି ଲାଗି ଭିଡ଼ ଲାଗିଛି । ଆଜି ଶାମ୍ବଦଶମୀ ଅବସରରେ ମାଗଣାରେ ସୂର୍ଯ୍ୟ ମନ୍ଦିର ବୁଲିବେ ପର୍ଯ୍ୟଟକ । ବିନା ଟିକେଟରେ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ନିଖୁଣ କାରୁକାର୍ଯ୍ୟକୁ ବୁଲି ଦେଖୁଛନ୍ତି କୋଣାର୍କକୁ ବୁଲି ଆସୁଥିବା ଦେଶ ବିଦେଶର ପର୍ଯ୍ୟଟକ ।

Leave a Reply

Your email address will not be published. Required fields are marked *