ଏଥର ପାନୀୟ ଜଳ ଭାବେ ସମୁଦ୍ର ପାଣି ପିଇପାରିବେ ରାଜ୍ୟବାସୀ । ଆଜି ବିଧାନସଭା ଗୃହରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ ଏହିଭଲି ସୂଚନା ଦେଇଛନ୍ତି । ସେ କହିଛନ୍ତି ସମୁଦ୍ର ପାଣିକୁ ପିଇବା ଯୋଗ୍ୟ କରିବା ପାଇଁ ଓଡ଼ିଶାକୁ ଆସିବ କମ୍ପାନି । ଲୁଣିପାଣିକୁ ମଧୁର ଜଳରେ ପରିଣତ କରିବାର ଟେକ୍ନୋଲୋଜି ଏଯାଏଁ କେଉଁଠି କାର୍ଯ୍ୟକାରୀ ହୋଇନାହିଁ ତଥାପି ଏହି ସମସ୍ୟାକୁ ଦୂରେଇବାକୁ ଏକ କମ୍ପାନୀ ସ‌ହ ଆଲୋଚନା ସରିଛି। ପ୍ରଥମେ ଲୁଣି ପାଣିକୁ ପରୀକ୍ଷା କରି ନିଷ୍ପତ୍ତି ନିଆଯିବ । ସଫଳ ହେଲେ କାର୍ଯ୍ୟକ୍ଷମ କରାଯିବ।  ବୋଲି ଗୃହରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ କହିଛନ୍ତି ।

Leave a Reply

Your email address will not be published. Required fields are marked *