ପରିବହନ ବିଭାଗର ୩ ଅଧିକାରୀଙ୍କ ଦରମା ବନ୍ଦ । ୩ ଅଧିକାରୀଙ୍କ ଦରମା ବନ୍ଦ ଲାଗି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ ନିଗମ ଏମଡି । କାର୍ଯ୍ୟରୁ ଅନ୍ତର ସହ ପୁନଃ ଯୋଗ ଦେବା ଯାଏଁ ଦରମା ବନ୍ଦ ନିର୍ଦ୍ଦେଶ ରହିଛି । ଏମାନଙ୍କ ନାଁରେ କାର୍ଯ୍ୟରେ ଅବହେଳା ଅଭିଯୋଗ ପରେ ବିଭାଗୀୟ ତଦନ୍ତ ପରେ ଏପରି ନିଷ୍ପତ୍ତି ନେଇଛି ରାଜ୍ୟ ପରିବହନ ନିଗମ ଏମଡି । ଏଥିରେ ଅଛନ୍ତି ଜୟପୁର ଡିପୋର ୨ ଜଣ ଓ ସୁନ୍ଦରଗଡ ଡିପୋର ଜଣେ କର୍ମଚାରୀ ।

ସୂଚନା ଥାଉକି, କାର୍ଯ୍ୟରେ ଅବହେଳା କାରଣରୁ ରାଜ୍ୟ ସଡକ ପରିବହନ ବିଭାଗର ୩ ଜଣ କର୍ମଚାରୀଙ୍କ ଦରମା ବନ୍ଦ ହୋଇଛି । ଜୟପୁର ଡିପୋର ଜିଲ୍ଲା ପରିଚାଳକ DM ଇଶ୍ବର ମହାପାତ୍ର ଓ ସହାୟକ ପରିଚାଳକ Asst Manager ଜ୍ୟୋତି ରଂଜନ ବେହେରାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ରାଜ୍ୟ ସଡକ ପରିବହନ ବିଭାଗ। ଇଶ୍ବର ପାଣିଗ୍ରାହୀଙ୍କ ସ୍ଥାନରେ ଦାୟିତ୍ୱ ନେଲେ ଅରୋଶ୍ରୀ ସାହୁ

Leave a Reply

Your email address will not be published. Required fields are marked *