ବିଶ୍ବର ସ୍ଥିତି ଦୃତବେଗରେ ବଦଳିବାରେ ଲାଗିଛି । ଭାରତର ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଶତ୍ରୁ ରାଷ୍ଟ୍ର ଅସ୍ଥିରତା ସୃଷ୍ଟି ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । କେତେବେଳେ ଅପହରଣ ତ ଆଉ କେତେବେଳେ ପଣବନ୍ଦୀ ଘଟଣା ଆସୁଛି ସାମ୍ନାକୁ । ବମ୍ବେ ବିସ୍ଫୋରଣ ଘଟଣା ଆଜି ବି ଲୋକଙ୍କ ମନରୁ ଲିଭି ନାହିଁ । ଏଇ କ୍ରମରେ ସ୍ଥିତ ରାଜ୍ୟ ଓ କେନ୍ଦ୍ର ସରକାର ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ପୁଲିସ ଓ ସୁରକ୍ଷା ଏଜେନ୍ସୀ ପ୍ରସ୍ତୁତ ଥିବା କହୁଛନ୍ତି । ମାତ୍ର ରାଜ୍ୟ ପୁଲିସ ଏଥିପାଇଁ ସଜାଗ ଓ ସତର୍କ ଅଛି ତ ? ଏଇ ପ୍ରଶ୍ନ ଲୋ ଏଥିପାଇଁ ଉଠୁଛି ଯଦି ଜଣେ ବ୍ୟକ୍ତି ଧନୁତୀର ଓ ବାଟୁଳି ଧରି ୫ଦିନ ସ୍କୁଲ୍‌କୁ କବ୍‌ଜା କରିବା ସହ ଆତଙ୍କରାଜ ସୃଷ୍ଟି କରିପାରିଲା ତେବେ ଜଣେ ବ୍ୟକ୍ତି ଚାହିଁ ଲେ ବନ୍ଧୁକ ଧରି ଦୀର୍ଘ ଦିନ ପାଇଁ କବ୍‌ଜା କରିପାରିବ ଲୋକସେବା ଭବନ ।

୫ଦିନ ପରେ ସୁନ୍ଦରଗଡ଼ ଜିଲା ମହୁଲପଦା ଥାନା ବଡ଼ଜଲ ସ୍କୁଲ୍‌କୁ କବ୍‌ଜା କରି ଆତଙ୍କରାଜ ଚଳାଇଥିବା ବ୍ୟକ୍ତି ସଦନ ମୁଣ୍ଡାକୁ ପୁଲିସ, ଅଗ୍ନିଶମ ବାହିନୀ ଓ ଡିଭିଏଫ୍ ଧରିବାରେ ସଫଳ ହୋଇଛନ୍ତି । ଲୁହା ଓ ଷ୍ଟିଲ୍ କବାଟକୁ ଢାଲ ବନାଇ ତାକୁ ଧରାଯାଇଥିବା ବେଳେ ମହୁଆପାଲି ଥାନାକୁ ଅଣାଯାଇଛି । ବୁଧବାର ସେ ୮ ପୃଷ୍ଠାର ଚିଠି ଲେଖି ୧୦୦ କୋଟି ଟଙ୍କାର ଦାବି ମଧ୍ୟ ରଖିଥିଲା । ତେବେ କାହିଁକି ୫ଦିନ ସମୟ ଲାଗିଲା, ଲୋକେ ଭୟଭୀତ ହୋଇ ରହିଲେ ?

ସଦନ ମୁଣ୍ଡାଙ୍କ ହାତରେ ଧନୁତୀର ଓ ବାଟୁଳି ଏବଂ ଥିଲା । ଯଦି ଏଇଭଳି ପ୍ରକୃତିର ଲୋ ଲାକେ ଧନୁତୀର ଧରି ଆତଙ୍କ ସୃଷ୍ଟି କରିପାରୁଛନ୍ତି ଛନ୍ତି ଏବଂ ପୁଲିସ କେବଳ ତାଙ୍କୁ କାବୁ କରିବ ବୋଲି ୪ଦିନ ସମୟ ନେଉଛି ତେବେ ବନ୍ଧୁକ ଧରି ସେମା ଭୁବନେଶ୍ୱର ଭଳି ସହରରେ ମଧ୍ଯ ଆତଙ୍କ ସୃଷ୍ଟି କରି ପାରିବେ ।

୪ଦିନ ଧରି ଏହି ବ୍ୟକ୍ତିଜଣକ ସ୍କୁଲ୍ ଛାତରେ ରହିଥିଲା । ତଳୁ ଖାଲି ପୁଲିସ ଅଧିକାରୀମାନେ ତାକୁ ଓହ୍ଲାଇ ଆସିବାକୁ ଅନୁରୋଧ କରୁଥିଲେ । ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ହେଲା, ସନ୍ଧାନୀ କୁକୁର ଅପରେସନରେ ସାମିଲ ହେଲା, ତିନିଟି ଥାନାର ଆଇଆଇସି ସଦନକୁ ଧରିବାକୁ ଉଦ୍ୟମ ଚଳାଇଥିଲେ । ସଦନର ତୀର ମାଡ଼ରେ ମହୁଲପଦା ଥାନା ଆଇଆଇସି ସୁରେଶ ପ୍ରଧାନ ଆହତ ହୋଇଥିଲା ବେଳେ ବାଟୁଳି ମାଡ଼ରେ ସ୍କୁଲ୍‌ର ପ୍ରଧାନ ଶିକ୍ଷକ ଓ ଆଉଜଣେ ପୁଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି ।

ସଦନର ଆଡଙ୍କ ରାଜରେ ୫ଦିନ ଧରି ଭୟଭୀତ ଥିଲେ ଗ୍ରାମବାସୀ, ସ୍କୁଲ୍ ମଧ୍ୟ ବନ୍ଦ ରହିଥିଲା । ସ୍କୁଲ୍ ଛାତ ଉପରେ ସ୍କୁଲରେ ଥିବା ଚାଉଳ ଆଣି ରୋଷେଇ କରି ଖାଉଥିବା ସଦନ ଜଣେ ସାଧାରଣ ବ୍ୟକ୍ତି ହୋଇଥିଲା ବେଳେ ତାକୁ ଧରିବାକୁ ଲାଗିଗଲା ୫ଦିନ। ଯଦି ଓଡ଼ିଶାର ମୁକୁଳା ଉପକୂଳ ସୁରକ୍ଷା ବ୍ୟବସ୍ଥାର ଫାଇଦା ନେଇ କେହି ଆତଙ୍କବାଦୀ ବନ୍ଧୁକ ଧରି ଏପରି ଆତଙ୍କରାଜ କରିଥାନ୍ତେ ତେବେ ଏହାର ର ମୁକାବିଲା ପାଇଁ ଆମ ପୁଲିସ ଓ ସୁରକ୍ଷା ଏଜେନ୍ସୀ ସମର୍ଥ ହୋଇପାରିବ କି ? ତାହା ଏବେ ବଡ଼ ପ୍ରଶ୍ନ । ସଦନ ଗୋଟିଏ ଝଲକ ଦେଖାଇଦେଲା ପୁଲିସର ପାରିବାପଣିଆକୁ ନେଇ । ଆଶା ଏଇ ଘଟଣାରୁ ଆମ ପୁଲିସ ବାହିନୀ କିଛି ବଡ଼ ଶିକ୍ଷା ପାଇଥିବ ।

 

 

 

Leave a Reply

Your email address will not be published. Required fields are marked *