ଆଜି ପାକିସ୍ତାନ ଯିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଅକ୍ଟୋବର ୧୫ ଏବଂ ୧୬ରେ ଇସଲାମବାଦରେ ଆୟୋଜିତ ହେବାକୁ ଥିବା ସଙ୍ଘାଇ ସମ୍ମିଳନୀର ବାର୍ଷିକ ବୈଠକରେ ଯୋଗଦେବାକୁ ସେ ପାକିସ୍ତାନ ଗସ୍ତ କରିବେ।

ପ୍ରତିବର୍ଷ ଏସ୍ ସିଓ (ସଙ୍ଘାଇ କର୍ପୋରେସନ ଅର୍ଗାନାଇଜେସନ)ର ବୈଠକ ବସିଥାଏ। ଏହାର ସଦସ୍ୟ ରାଷ୍ଟ୍ରମାନେ ବୈଠକର ଅଧ୍ୟକ୍ଷତା କରନ୍ତି। ଚଳିତ ବର୍ଷ ପାକିସ୍ତାନ ଅଧ୍ୟକ୍ଷତା କରୁଛି। ତେଣୁ ଅକ୍ଟୋବରରେ ଇସଲାମବାଦରେ ଏସସିଓ ପରିଷଦର ସରକାରୀ ବୈଠକ ଆୟୋଜିତ ହେବ। ଏହି ବୈଠକରେ ଏସସିଓ ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଅର୍ଥନୈତିକ, ସାମାଜିକ-ସାଂସ୍କୃତିକ ତଥା ମାନବିକ ସହଯୋଗ ଉପରେ ଆଲୋଚନା ହେବ।

ପ୍ରାୟ ୯ ବର୍ଷ  ପକ୍ପହାପକ୍ରେହି ପ୍ରଥମ ଥର ପାଇଁ ଭାରତର ବୈଦେଶିକ ମନ୍ତ୍ରୀ ପାକିସ୍ତାନ ଗସ୍ତରେ ଯାଇଛନ୍ତି। କଶ୍ମୀର ପ୍ରସଙ୍ଗ ଏବଂ ପାକିସ୍ତାନରୁ ସୀମା ଆତଙ୍କବାଦକୁ ନେଇ ଦୁଇ ପଡୋଶୀ ଦେଶ ମଧ୍ୟରେ ସମ୍ପର୍କ ତିକ୍ତତା ରହିଛି।

Leave a Reply

Your email address will not be published. Required fields are marked *