ଭିଜିଲାନ୍ସ ଜାଲରେ କଳାହାଣ୍ଡି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ର ବରିଷ୍ଠ କିରାଣୀ ଟି ଭେଙ୍କଟ ଗିରି ରାଓ । ୨୦ହଜାର ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ । ଅବସରପ୍ରାପ୍ତ ଫିଟର ମିସ୍ତ୍ରୀ ତ୍ରିଲୋଚନ ଶବରଙ୍କଠାରୁ ନେଉଥିଲେ ଲାଞ୍ଚ । ସରକାରୀ କ୍ୱାର୍ଟର୍ସରେ ଲାଞ୍ଚ ନେଲା ବେଳେ ଧରାପଡ଼ିଲେ କିରାଣି ।

ସୂଚନା ଯୋଗ୍ୟ: କଳାହାଣ୍ଡି ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ବରିଷ୍ଠ କିରାଣୀ ଟି ଭେଙ୍କଟ ଗିରି ରାଓ । ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଜଣେ ଅବସରପ୍ରାପ୍ତ ଫିଟର ମିସ୍ତ୍ରୀ ତ୍ରିଲୋଚନ ଶବରଙ୍କ ଠାରୁ ପେନସନ୍ ଓ ଗ୍ରାଚୁଟି କାଗଜ ପତ୍ର କରାଇଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବ କଥାବାର୍ତ୍ତା ଅନୁଯାୟୀ ଭେଙ୍କଟ ଗିରି ରାଓ ନଜ ସରକାରୀ ବାସଭବନରେ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଅଧିକାରୀଙ୍କୁ ଦେଖି ଝରକା ବାହାରକୁ ଟଙ୍କା ଫିଙ୍ଗିଦେଇଥିଲେ ଭେଙ୍କଟ ଗିରି ରାଓ । ବର୍ତ୍ତମାନ ଏହି ସଂକ୍ରାନ୍ତ ନେଇ ଆହୁରି ଛାନଭିନ ଆରମ୍ଭ କରିଛି ।

ଭିଜିଲାନ୍ସ ଦୁର୍ନୀତି ନିବାରଣ (ସଂଶୋଧନ) ଆଇନ, ୨୦୧୮ ର ଧାରା ୭ ଅଧୀନରେ କୋରାପୁଟ ପିଏସ୍ କେସ୍ ନମ୍ବର ୩୪ ତାରିଖ ନଭେମ୍ବର ୧୨ ରେ ପଞ୍ଜୀକୃତ କରିଥିଲା। ତଦନ୍ତକାରୀମାନେ ନିଶ୍ଚିତ କରିଛନ୍ତି ଯେ ରାଓଙ୍କ ସହିତ ଜଡିତ ତିନୋଟି ସ୍ଥାନରେ ଅନୁପାତିକ ସମ୍ପତ୍ତି ଯାଞ୍ଚ କରିବା ପାଇଁ ସନ୍ଧାନ ଚାଲିଛି।

Leave a Reply

Your email address will not be published. Required fields are marked *