ଆଜି ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନର ଅଷ୍ଟମ ଦିନ ଗୃହରେ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି ପ୍ରଚାର ପାଇଁ ରାଜକୋଷରୁ ବିପୁଳ ଖର୍ଚ୍ଚ କରିଥିଲା ପୂର୍ବ ବିଜେଡି ସରକାର । ପ୍ରଚାର ନିମନ୍ତେ ୫ ବର୍ଷରେ ୪୫୨ କୋଟି ୯୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏହା ସହ ୨୦୨୪ ନିର୍ବାଚନ ବିଜ୍ଞାପନ ବାବଦକୁ ପାଣ୍ଡିଆନଙ୍କ ଫଟୋ ପାଇଁ ଖର୍ଚ୍ଚ ହୋଇଛି ୧୫କୋଟି ୨୬ଲକ୍ଷ ୯୧ହଜାର ଟଙ୍କା। କାର୍ତ୍ତିକ ପାଣ୍ଡିଆନ ୫ଟି ଅଧ୍ୟକ୍ଷ ହେବା ପରେ ଖବରକାଗଜରେ ବିଜ୍ଞାପନ ଓ ଫଟୋ ବାବଦକୁ ପୂର୍ବ ସରକାର ରାଜକୋଷରୁ ଏହି ଅର୍ଥରାଶି ଖର୍ଚ୍ଚ କରିଥିବା ଜଣାପଡିଛି।

ସୂଚନାଯୋଗ୍ୟ, ନିର୍ବାଚନ ପୂର୍ବରୁ ପାଣ୍ଡିଆନ ହେଲିକପ୍ଟର ଯୋଗେ ବିଭିନ୍ନ ଜିଲା ଗସ୍ତ କରିଥିଲେ। ଏଥିଲାଗି ଅନେକ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

Leave a Reply

Your email address will not be published. Required fields are marked *