ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ଓଡ଼ିଶାର ବିକାଶ ଧାରାକୁ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚଳିତ ବର୍ଷ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟ୍ ଆରମ୍ଭରେ ହିଁ ପ୍ରଭୁ ଜଗନ୍ନାଥ ଓ ପୁରୀ ସହ ଜଡିତ ବିକାଶ ପ୍ରକଳ୍ପ ବାବଦରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ବିକାଶ ପ୍ରକଳ୍ପ ପାଇଁ ହଜାରେ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରୀ କେନ୍ଦ୍ର ପାଇଁ ୧ ହଜାର କୋଟି । ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଅନନ୍ତ ଐତିହ୍ୟର ସଂରକ୍ଷଣ ଆମର ପବିତ୍ର କର୍ତ୍ତବ୍ୟ । ଏହି ପ୍ରତିବଦ୍ଧତା ସହ ରାଜ୍ୟ ସରକାର ପ୍ରାୟ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ବିଶ୍ୱସ୍ତରୀୟ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଏବଂ ଲାଇବ୍ରେରୀ କେନ୍ଦ୍ର ପ୍ରତିଷ୍ଠା କରିବା ସହ ଗୁଣ୍ଡିଚା ମନ୍ଦିର, ଏମାର ମଠ ଓ ଐତିହାସିକ ରଘୁନନ୍ଦନ ମଠର ଆଧ୍ୟାତ୍ମିକ ଗୌରବକୁ ପୁନରୁଦ୍ଧାର କରିବେ । ଆମେ ଶ୍ରୀଜଗନ୍ନାଥ ମନ୍ଦିର ପୁରୀ ପାଇଁ ସମର୍ପଣ ନାମରେ ଏକ ସୁରକ୍ଷିତ ଅନଲାଇନ୍ ଦାନ ପ୍ଲାଟଫର୍ମ ଡିଜିଟାଲ୍ ହୁଣ୍ଡି ପ୍ରଚଳନ କରିଛୁ । ଏହି ପ୍ଲାଟଫର୍ମ ଶ୍ରୀମନ୍ଦିର ପ୍ରଶାସନର ସରକାରୀ ପୋର୍ଟାଲ ସହ ସମନ୍ୱିତ ଏକୀକୃତ ପ୍ରବେଶ ପଥ ମାଧ୍ୟମରେ ଭାରତ ତଥା ବିଦେଶର ଭକ୍ତମାନଙ୍କୁ ଶ୍ରୀମନ୍ଦିର ସହ ସଂଯୋଗ କରିବ । ସହଜ ସବୁଧା ପାଇଁ ଏଥିରେ ବହୁବିଧ ଦେୟ ସୁବିଧା ରହିଛି । ଏହା ସହିତ ରତ୍ନ ଭଣ୍ଡାର ଅଳଙ୍କାର ଗଣତିମଣତି ପାଇଁ ୫ କୋଟି ଟଙ୍କ ବ୍ୟୟ ବରାଦ କରାଯାଇଛି । Post navigation Low Pressure: ଆସନ୍ତା ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା State Budget 2026-27: ଓଡ଼ିଶା ବଜେଟ୍: ୩ ଲକ୍ଷ ୧୦ ହଜାର କୋଟିର ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଜାଣନ୍ତୁ କେଉଁ କ୍ଷେତ୍ରକୁ ମିଳିଛି କଣ ?