ଭୁବନେଶ୍ୱର ରେଲୱେ ଷ୍ଟେସନରେ ଫ୍ଲାଗ ମାର୍ଚ୍ଚ । ପହଲଗାମ୍‌ ଆକ୍ରମଣ ଘଟଣାକୁ ନେଇ ସବୁ ଷ୍ଟେସନ୍‌ରେ ଫ୍ଲାଗ୍‌ ମାର୍ଚ୍ଚ । ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଜିନିଷ ଦେଖିବା ମାତ୍ରେ ତୁରନ୍ତ ଜିଆରପି କିମ୍ବା ଆରପିଏଫ୍‌କୁ ସୂଚନା ଦେବା ପାଇଁ କୁହାଯାଉଛି । ମାଇକ ଜରିଆରେ ଯାତ୍ରୀମାନଙ୍କୁ ସଚେତନ କରାଯାଉଛି ।

ସେହିଭଳି କୌଣସି ଲୋକ ସନ୍ଦେହଜନକ କାର୍ଯ୍ୟ କରୁଥିବା ଦେଖିଲେ ତୁରନ୍ତ ଖବର ଦେବା ପାଇଁ ଆରପିଏଫ ପକ୍ଷରୁ କୁହାଯାଉଛି । ସମସ୍ତ୍ ଯାତ୍ରୀଙ୍କର ଲଗେଜ୍ ସ୍କାନ୍ କରିବା ସହ ବ୍ୟାଗ୍ ଚେକିଂ କରାଯାଉଛି ।

RPF ଆଇଆଇସି ଏବଂ ଏସଆଇ ଏହି ଫ୍ଲାଗ ମାର୍ଚ୍ଚରେ ସାମିଲ ହୋଇଛନ୍ତି । ୨ ସେକ୍ସନ ଫୋର୍ସ ମଧ୍ୟ ଏଥିରେ ସାମିଲ ଅଛନ୍ତି । ଏହାସହ ଷ୍ଟେସନରେ ଥିବା ଲୋକଙ୍କ ପାଇଁ ସତର୍କ ଜାରି କରିଛନ୍ତି ସରକାର ।

Leave a Reply

Your email address will not be published. Required fields are marked *