ରାଉରକେଲାରେ ଟି-ଟ୍ବେଣ୍ଟି ବିଶ୍ବକପ୍ କ୍ରିକେଟ ବେଟିଂ ଅଭିଯୋଗରେ ରେଡ୍ । ୨୦୨୬ ଟି-୨୦ ବିଶ୍ୱକପ୍ ସାରା ବିଶ୍ୱରେ କ୍ରିକେଟ୍ ପ୍ରେମୀଙ୍କୁ ଆକର୍ଷିତ କରୁଥିବାରୁ, ପୋଲିସ ବୁଧବାର ଦିନ ରାଉରକେଲା ସହରରେ ବେଆଇନ ବେଟିଂ ନେଟୱାର୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି । ରାଉରକେଲା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରାଯାଇଥିବାବେଳେ ୫ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ରାଉରକେଲାରେ କିକ୍ରେଟ୍ ବିଶ୍ୱ କପ୍ ପାଇଁ ବେଟିଂ ଚାଲିଥିବା ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା । ଏହା ପରେ ରାଉରକେଲା ଜିଲ୍ଲା ପୋଲିସ ନିର୍ଦ୍ଦେଶରେ ବିଭିନ୍ନ ଥାନା ପକ୍ଷରୁ ଏକକାଳୀନ ଅନଲାଇନ୍ ବେଟିଂ କରୁଥିବା କିଛି ବ୍ୟକ୍ତିଙ୍କ ଘରେ ଚଢ଼ଉ କରାଯାଇଥିଲା । ପ୍ଲାଣ୍ଟ୍ ସାଇଡ୍ ଥାନା, ଉଦିତନଗର ଥାନା, ବନ୍ଦମୁଣ୍ଡା ଥାନା ଏବଂ ରଘୁନାଥପାଲି ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଥିଲା। ପ୍ରାରମ୍ଭିକ ତଦନ୍ତରେ ସେମାନଙ୍କର ‘ ବେନାମୀ ଆକାଉଣ୍ଟ’ ପ୍ରଦାନକାରୀ ଏବଂ ହାୱାଲା ଅପେରେଟରମାନଙ୍କ ସହ ନେଟୱର୍କ ଥିବା ତଥ୍ୟ ମିଳିଛି । ଏହା ମାଧ୍ୟମରେ ଅବୈଧ ଟଙ୍କା ଆଦାନ ପ୍ରଦାନ କରାଯାଉଥିବା ପ୍ରମାଣ ମିଳିଛି। ଏପର୍ଯ୍ୟନ୍ତ ୨୦ ଲକ୍ଷ ଟଙ୍କାରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି । ଅନ୍ୟାନ୍ୟ ଆର୍ଥିକ କାରବାର, ବ୍ୟାଙ୍କ ଖାତା ଏବଂ ଡିଜିଟାଲ ତଥ୍ୟ ସମ୍ପର୍କରେ ତଦନ୍ତ ଚାଲିଛି। ସେହିପରି ୫ ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଅନ୍ୟାନ୍ୟ ସଂପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ଅଧିକ ଚଢ଼ାଉ ଜାରି ରହିଛି। Post navigation Skywalk Project: ପଳାଶୁଣିରୁ ରସୁଲଗଡ଼ ପର୍ଯ୍ୟନ୍ତ ହେବ ସ୍କାଏୱାକ୍