ସାମ୍ନାକୁ ଆସିଲା ରାଉରକେଲା ବିମାନ ଦୁର୍ଘଟଣାର ସତ । ରାଉରକେଲା ବିମାନ ଦୁର୍ଘଟଣା ଉପରେ AAIB ର ପ୍ରାଥମିକ ରିପୋର୍ଟରେ ଇନ୍ଧନ ଲିକ୍ ଏବଂ ଇଞ୍ଜିନ ବିଫଳତାର ସନ୍ଦେହ ପ୍ରକାଶ ପାଇଛି । ରାଉରକେଲାରେ ପହଞ୍ଚିବା ପୂର୍ବରୁ ହିଁ ବିମାନରୁ ତେଲ ସରିଆସୁଥିଲା । ଆକାଶମାର୍ଗରେ ଇନ୍ଧନ ଶେଷ ହୋଇଯିବାରୁ ବିମାନର ଇଞ୍ଜିନରେ ସମସ୍ୟା ଦେଖାଦେଇଥିଲା । ବିମାନ ଚାଳକ ‘ମେ ଡେ କଲ୍’ ଜାରି କରିଥିଲେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅଧୀନସ୍ଥ ଏୟାରକ୍ରାଫ୍ଟ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ରିପୋର୍ଟରେ କୁହାଯାଇଛି । ସୂଚନାଯୋଗ୍ୟ, ବିମାନଟି ରାଉରକେଲାରୁ ଭୁବନେଶ୍ଵର ଅଭିମୁଖେ ଆସୁଥିଲା । ୮ରୁ ୧୦ କିଲୋମିଟର ଉଡ଼ାଣ ପରେ ଜାଲଦା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । Post navigation Odisha CM Unveils Industrial Projects: ୪୦, ୮୧୧ କୋଟି ଟଙ୍କା ନିବେଶରେ ୩୬ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ