ଆସନ୍ତାକାଲି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା । ପୁରୀ ରଥଯାତ୍ରା ପରଦିନ କୋଟିଆରେ ରଥ ଟଣା ହୋଇଥାଏ । ଯାହାକୁ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । କୋଟିଆରେ ହେବାକୁଥିବା ରଥଯାତ୍ରାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ରଥ ଟାଣିବେ ବୋଲି ସୂଚନା ମିଳିଛି । ପ୍ରଥମ ଥର କୋଟିଆ ରଥଯାତ୍ରାରେ ସାମିଲ ହେବେ ରାଜସ୍ବ ମନ୍ତ୍ରୀ। ରାଜସ୍ବ ମନ୍ତ୍ରୀଙ୍କ ସହ ଏକାଧିକ ମନ୍ତ୍ରୀ ଯୋଗ ଦେବେ ବୋଲି ଜଣାପଡିଛି । ରଥଯାତ୍ରାରେ ସାମିଲ ହେବାକୁ କୋଟିଆବାସୀଙ୍କ ଅନୁରୋଧ ଆସିଥିଲା । ତାକୁ ବିଚାର କରି କାର୍ଯ୍ୟକ୍ରମ ଚୂଡ଼ାନ୍ତ କରାଯାଉଛି । ସୂଚନା ଯୋଗ୍ୟ; କୋଟିଆ ବିବାଦ ପ୍ରସଙ୍ଗକୁ ନେଇ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି। ଆନ୍ଧ୍ରପ୍ରଦେଶ କୋଟିଆ ନିଜ ଅକ୍ତିଆରକୁ ନେବା ପାଇଁ ସମସ୍ତ ଚେଷ୍ଟା ଜାରି ରଖିଛି । ସବୁ ଯୋଜନାର ଲୋଭ ଦେଖାଇ ଆନ୍ଧ୍ର ନଜର ପକାଇଛି । କୋଟିଆ ପଞ୍ଚାୟତର ବିଭିନ୍ନ ଗାଁକୁ ଆନ୍ଧ୍ରପ୍ରଦେଶର ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରାଇବା ସହ ପରିଚୟ ପତ୍ର ମଧ୍ୟ ପ୍ରଦାନ କରିସାରିଥିଲେ । ତେଣୁ କୋଟିଆକୁ ନେଇ ସରକାର ୧୬ ଜଣିଆ କମିଟି ଗଠନ କରିଥିଲେ । ଜୁନ ୩ ତାରିଖରେ ବସିବ କୋଟିଆ କମିଟିର ପ୍ରଥମ ବୈଠକ ବସିଥିଲା । Post navigation ଏସ୍ସିଓର ସମ୍ମିଳନୀରେ ଭାରତର ବଡ଼ ପଦକ୍ଷେପ; ଘୋଷଣା ପତ୍ର ସ୍ବାକ୍ଷର କଲାନି ଭାରତ ଗୋପାଳପୁର ବନ୍ଦର ଉନ୍ନତିକରଣ ଏବଂ ଜଟାଧାର ମୁହାଣରେ ଜେଟି ନିର୍ମାଣ ପାଇଁ ରିହାତି ଚୁକ୍ତିନାମା ସ୍ୱାକ୍ଷରିତ