ଧାରଣାରୁ ଓହରିଲେ ସାମ୍ବାଦିକ । ବିଧାନସଭାରେ ସାମ୍ବାଦିକଙ୍କୁ ମୋବାଇଲ କଟକଣା ପ୍ରସଙ୍ଗରେ ଧାରଣା ଦେଇଥିବା ସାମ୍ୱାଦିକ ଧାରଣାରୁ ଓହରିଛନ୍ତି । ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବୁଝାଇବା ପରେ ଧାରଣାରୁ ଓହରିଛନ୍ତି ସାମ୍ବାଦିକ । ବିଧାନସଭା ପ୍ରେସ ଗ୍ୟାଲେରିକୁ ଆଜି ସାମ୍ବାଦିକମାନଙ୍କୁ ମୋବାଇଲ ନେବାକୁ ବାରଣ କରାଯାଇଥିଲା। ଯାହାକୁ ବିରୋଧ କରିବା ବିଧାସଭାରେ ପ୍ରଶ୍ନକାଳକୁ ବଏକଟ କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ ସାମ୍ବାଦିକ । ଧାରଣାରେ ବସିଥିବା ବେଳେ ଧାରଣରତ ସାମ୍ବାଦିକ ମନାଇବାକୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରୁଜ ଆସି ପହଞ୍ଚି ସେମାନଙ୍କୁ ପ୍ରଶ୍ନକାଳରେ ସାମିଲ ହେବାକୁ ବୁଝାସୁଜା କରିଛନ୍ତି । ବାଚସ୍ପତିଙ୍କ ସହ ଆଲୋଚନା କରିବାକୁ ମନ୍ତ୍ରୀ ସାମ୍ବାଦିକଙ୍କୁ ବୁଝାଇଛନ୍ତି । ମନ୍ତ୍ରୀ ବୁଝାଇବା ପରେ ଧାରଣାରୁ ଓହରିଛନ୍ତି ସାମ୍ବାଦିକ । ସେହିପରି ବିଧାନସଭାରେ ସାମ୍ବାଦିକଙ୍କୁ ମୋବାଇଲ କଟକଣା ହଟାଇ ଦିଆଯାଇଛି । ସାମ୍ବାଦିକ ଆନ୍ଦୋଳନ ପରେ ନିଷ୍ପତ୍ତି ବଦଳାଇଲେ ସରକାର । ମୋବାଇଲ କଟକଣା ଉଠିଲା ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶରୀ ସୂରଜ । ମାତ୍ର ମିଡିଆ ଗ୍ୟାଲେରୀରେ ଫଟୋଗ୍ରାଫି ଓ ଭିଡିଓ ରେକର୍ଡିଂ ମନା ହୋଇଥିବା ସୂଚନା ମିଳିଛି। ଏହା ସହ ୨ ଜଣ ଫୋଟୋ ସାମ୍ବାଦିକଙ୍କୁ ଫୋଟୋ ଉଠାଇବାର ଅନୁମତି ଦିଆଯାଇଛି । ଏଥିସହିତ ବିଧାନସଭାର ସମସ୍ତ ଫଟୋ ଆଉ ଭିଡ଼ିଓ I&PR ମାଧ୍ୟମରେ ସମସ୍ତ ଗଣମାଧ୍ୟମକୁ ଦିଆଯିବ । କେହି ନିଜେ ଫଟୋ ଉଠାଇ ପାରିବେ ନାହିଁ । ଅନ୍ୟପଟେ ଧରଣରୁ ଓହରିବା ପୂର୍ବରୁ ଧାରଣାରେ ବସିଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ ବରିଷ୍ଠ ସାମ୍ବାଦିକ ଭାଗବତ ପ୍ରସାଦ ତ୍ରିପାଠୀ । ଗାନ୍ଧୀମୂର୍ତ୍ତି ଆଗରେ ଧାରଣା ଦେଇଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ଅଚେତ ହୋଇପଡ଼ିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ସୂଚନା ଯୋଗ୍ୟ; ମଙ୍ଗଳବାର ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ହାତାହାତି ହେଇଥିଲେ । ଏହାପରେ ଗୃହ ପାଲଟିଥିଲା ରଣକ୍ଷେତ୍ର । ଗୃହରେ ହୋ ହଲ୍ଲା କରିଥିଲେ ବିଧାୟକ । ମାରପିଟର ଭିଡିଓ ଭାଇରାଲ ହେବାପରେ ଆଜି ସାମ୍ବାଦିକଙ୍କ ଉପରେ ଏହି କଟକଣା ଲାଗିଛି । ମୋବାଇଲ ବାରଣ ପ୍ରତିବାଦରେ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି। Post navigation ରାସନ କାର୍ଡରୁ ବାଦ୍ ପଡ଼ିଲେ ୮୪ହଜାର ୭୫୭ ହିତାଧୀକାରୀ ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ: ଭୁବନେଶ୍ୱର ଡିସିପି