ମହିଳାଙ୍କ ହତ୍ୟାକୁ ନେଇ ମାଲକାନଗିରି ଜିଲ୍ଲା ଏମଭି-୨୬ ଏବଂ ରାଖେଲଗୁଡ଼ା ଗ୍ରାମ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା କଟକଣା ଅବଧିକୁ ବୃଦ୍ଧି କରାଯାଇଛି । ଆଜି ରାତି ୧୨ ଟାରୁ କାଲି ରାତି ୧୨ ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବା କଟକଣା ବଳବତ୍ତର ରହିବ । ଡିସେମ୍ୱର ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ‘ମାଲ୍ୟବନ୍ତ ମହୋତ୍ସବ’କୁ ମଧ୍ୟ ସ୍ଥଗିତ ରଖାଯାଇଛି । ଉଭୟ ଆର୍ଡିସି ଓ ଜିଲ୍ଲାପାଳ ଏମ୍ଭି-୨୬ରେ ପହଞ୍ଚି ସ୍ଥିତି ପରଖିଛନ୍ତି । ମାଲକାନଗିରି ଜିଲ୍ଲା ଏମଭି-୨୬ ଏବଂ ରାଖେଲଗୁଡ଼ା ଗ୍ରାମ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୪ ରୁ ୧୮ ପର୍ଯ୍ୟନ୍ତ ହେବାକୁ ଥିବା ‘ମାଲ୍ୟବନ୍ତ ମହୋତ୍ସବ’ କୁ ସ୍ଥଗିତ ରଖାଯାଇଛି । ଏମ୍ଭି-୨୬ ଯାଇ ଆର୍ଡିସି ଓ ଜିଲ୍ଲାପାଳ ଆଜି ସ୍ଥିତି ପରଖିଛନ୍ତି । ଉଲ୍ଲେଖ ଥାଉକି, ଗତ ୪ ତାରିଖରେ ରାଖେଲଗୁଡ଼ା ଗ୍ରାମର ମହିଳା ଲାକେ ପଡ଼ିଆମି ନିଖୋଜ ଥିଲେ । ଲାକେଙ୍କ ମୁଣ୍ଡ ବିହୀନ ମୃତ ଦେହ ଡୁଡାମେଟା ନଦୀ କୂଳରୁ ମିଳିଥିଲା । ଏହାକୁ ନେଇ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଅଧିକ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଗତକାଲି ଲାକେ ପଡ଼ିଆମୀଙ୍କ କଟାମୁଣ୍ଡ ନାମକୋଣ୍ଡା ପୋଟେରୁ ନଦୀକୂଳରେ ଉଦ୍ଧାର କରାଯାଇଛି । Post navigation Citizenship Amendment Act: ଭୁବନେଶ୍ୱରରେ ୩୫ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ପ୍ରମାଣପତ୍ର ପ୍ରଦାନ