ଗୃହୀଣୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଜି ଏକ ବଡ଼ ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ। ଗୃହିଣୀଙ୍କୁ ଆର୍ଥିକସ୍ତରରେ ନିଶ୍ଚିତ ଭାବେ ସଶକ୍ତ କରିବାର ଆବଶ୍ୟକତା ରହିଛି। ଗୃହିଣୀ ପରିବାରର ଆୟ ବିଷୟରେ ଅବଗତ ହେବା ଦରକାର। ପରିବାର ଆର୍ଥିକ ଅଭିବୃଦ୍ଧି ପାଇଁ ଗୃହିଣୀଙ୍କ ବିଶେଷ ଅବଦାନ ରହିଛି। ତେଣୁ ସେମାନଙ୍କ ତ୍ୟାଗ ଓ ପରିବାର ପ୍ରତି ଭୂମିକାକୁ ଯଥୋଚିତ ସମ୍ମାନ ଦିଆଯାଉ ବୋଲି ଜଷ୍ଟିସ୍ ବିଭି ନାଗରତ୍ନ ଏବଂ ଅଗଷ୍ଟିନକ ଗାର୍ଗେ କହିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ଭାରତୀୟ ଗୃହିଣୀମାନେ ମାସିକ ଆୟକୁ ନେଇ ପରିବାର ସହ ଝଗଡ଼ା କରନ୍ତି ନାହିଁ। ବରଂ ସେହି ଆୟରୁ ସେମାନେ ସଞ୍ଚୟ କରିବାକୁ ଚେଷ୍ଟା କରିଥାନ୍ତି। ଏପରିକି ନିଜ ଖର୍ଚ୍ଚ କାଟି ଭବିଷ୍ୟତ ପାଇଁ ସଞ୍ଚୟ କରିଥାନ୍ତି। କିନ୍ତୁ ଅଧିକାଂଶ ପୁରୁଷ ଏହା ବୁଝିପାରନ୍ତି ନାହିଁ। କିଛି ସ୍ବାମୀ ଏହା ମଧ୍ୟ ଜାଣିନଥାନ୍ତି ଯେ ତାଙ୍କ ପତ୍ନୀ ଆର୍ଥିକସ୍ତରରେ ମଧ୍ୟ ତାଙ୍କ ଉପରେ ନିର୍ଭରଶୀଳ। ଗୃହିଣୀଙ୍କର ନିଜସ୍ବ ଆୟ ନଥିବାରୁ ପୁରୁଷମାନେ ତାଙ୍କୁ ସଶକ୍ତ କରିବାରର ଆବଶ୍ୟକତା ରହିଛି।

Leave a Reply

Your email address will not be published. Required fields are marked *