କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୌଦ୍ଧ ଜିଲ୍ଲାର କଣ୍ଟାମାଳରେ ଥିବା ଦୁଇଟି ବୁଥରେ ପୁନଃ ମତଦାନ ଆରମ୍ଭ ହୋଇଛି । କିରାସିରା ଓ ମହେଶ୍ୱରପିଣ୍ଡା ବୁଥରେ ଭୋଟ୍ ଦେଉଛନ୍ତି ଭୋଟର । ଏହି ଦୁଇ ବୁଥ ହେଉଛି କଣ୍ଟାମାଳର କିରାସିରା ଓ କାଦପଦର, ଯାହା ବୁଥ ସଂଖ୍ୟା ୨୬ ଓ ୨୮ ଭାବେ ପରିଚିତ। ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଦିନ ୪ଟା ପର୍ଯ୍ୟନ୍ତ ଚାଲିବ । କଣ୍ଟାମାଳ ନିର୍ବାଚନମଣ୍ଡଳୀ କିରାସିରା ବୁଥ ସଂଖ୍ୟା ୨୬ ରିଗିଂ ଅଭିଯୋଗ ହୋଇଥିଲା । ସେହିପରି ମହେଶ୍ୱର ପିଣ୍ଡା ବୁଥ୍ ନମ୍ବର- ୨୮ରେ ଭୋଟରଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ବାଧ୍ୟ କରାଯାଇଥିଲା। ତେବେ ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ତେଣୁ ପୁନଃ ମତଦାନ ପାଇଁ ଦାବି କରାଯାଇଥିଲା । ତେଣୁ ସେଠାରେ ପୁଣି ମତଦାନ ପାଇଁ ଭାରତ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରାର୍ଥୀ ଓ ବୁଥର ସମସ୍ତ ଭୋଟରଙ୍କୁ ଏନେଇ ସୂଚନା ଦେବା ପାଇଁ ଉଭୟ ବୌଦ୍ଧ ଓ କନ୍ଧମାଳର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ଇସିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ଦିଲ୍ଲୀପ କୁମାର ମହାପାତ୍ରଙ୍କୁ ବୌଦ୍ଧ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ଏପରିକି ପୁନର୍ବାର ଏହିପରି ଘଟଣା ନ ଘଟିବା ପାଇଁ ଅଧିକ ଧ୍ୟାନ ଦିଆଯାଇଛି। Post navigation ଆଜି ଓଡିଶା ଆସିବେ ଯୋଗୀ ଆଦିତ୍ୟନାଥ, ଜେପି ନଡ୍ଡା ଓ ହିମନ୍ତ ବିଶ୍ବଶର୍ମା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର