repair work of ratna bhandar by snana purnima
ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଜାରି ରହିଛି । ଏଏସଆଇ ଫାଇଲ କରିଥିବା ଏଫିଡେବିଟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସ୍ନାନ ପୂର୍ଣ୍ଣିମା ଭିତରେ ସରିବ ବୋଲି କୁହାଯାଇଛି ।
 
ପ୍ରଥମେ ଡି ପ୍ଲାଷ୍ଟରିଙ୍ଗ କାମ ହୋଇଥିବାବେଳେ ପରେ ପଥର ମରାମତି କାମ ଜାରି ରହିଛି ।
 
ସୂଚନା ଅନୁଯାୟୀ, ସମସ୍ତ ଅଳଙ୍କାର ସିନ୍ଧୁକରେ ନେଇ ଶ୍ରୀମନ୍ଦିରରେ କରାଯାଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି କିନ୍ତୁ ଗଣତି ହୋଇ ନାହିଁ ।
 
ଗତ ବର୍ଷ ଡିସେମ୍ବର ୧୭ରୁ ଏଏସଆଇ ଦ୍ୱାରା ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା ।
 
ରତ୍ନଭଣ୍ଡାର ଚାବି ହଜିବା ନେଇ ଓଡିଶା ହାଇକୋର୍ଟଙ୍କୁ ଆଡଭୋକେଟ୍ ଜେନେରାଲ ଅବଗତ କରାଇଛନ୍ତି । ରାଜ୍ୟ କ୍ୟାବିନେଟରେ ରିପୋର୍ଟ ଉପସ୍ଥାପନ ହୋଇପାରେ ବୋଲି ସେ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *