ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କର୍ଯ୍ୟ। ଏ ନେଇ ଗତକାଲି ବସିଥିବା ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇ କହିଛନ୍ତି  ଆସନ୍ତା ୧୭ ତାରିଖରୁ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ । ଦ୍ବିତୀୟ ଭୋଗ ମଣ୍ଡପ ପରେ ମରାମତି କାର୍ଯ୍ୟ ଆରମ୍ଭ ହେବ। ଏଥିପାଇଁ ରାତି ୧୧ଟା ୩୦ ସୁଦ୍ଧା ପହୁଡ଼ କରାଯାଇ ଦ୍ବାର ଫିଟା ନୀତି ରାତି ୨ଟାରୁ ଆରମ୍ଭ ହେବ । ଶନିବାର, ରବିବାର ଓ ବିଶେଷ ଦିନରେ ମରାମତି ନ କରିବାକୁ ପରାମର୍ଶ ଦିଆଯାଇଛି। ମରାମତି ଦିନ ମାନଙ୍କରେ ବାହାର କାଠ ନିକଟରୁ ଭକ୍ତ ଦର୍ଶନ କରିବେ।

ମୁଖ୍ଯ ପ୍ରଶାସକ ଆଉ ମଧ୍ୟ କହିଛନ୍ତି ମରାମତି କାମ  ୩ ମାସ ଭିତରେ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟ ସରକାରଙ୍କ ମାର୍ଗ ଦର୍ଶିକା ଅନୁସାରେ ମରାମତି କାମ ହେବ। ମରାମତି କାମ ସରିବା ପରେ ଅସ୍ଥାୟୀ ରତ୍ନ ଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତରଣ କରାଯିବ। ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତରଣ ପରେ ହେବ ଗଣତି, ମଣତି କାମ ହେବ ।

ଏହି ଛତିଶାନିଯୋଗ ବୈଠକରେ ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ଏଏସ୍‌ଆଇ ଅଧୀକ୍ଷକଙ୍କ ସମେତ ସ୍ଥାନୀୟ ଅଧିକାରୀ ଉପସ୍ଥିତ ଥିଲେ। ନୀତି ଶୃଙ୍ଖଳା ପାଇଁ କମାଣ୍ଡର ଓ ନୀତି ପ୍ରଶାସକଙ୍କୁ ନେଇ ଦୁଇଜଣିଆ କମିଟି ଗଠନ କରାଯାଇଥିଲା। ଏହି କମିଟି ନୀତି ସଂପାଦନ ସଂପର୍କିତ ସୂଚନା ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *