ସମ୍ୱଲପୁର: ରେଙ୍ଗାଲି ବୋରଓ୍ୱେଲରୁ ଉଦ୍ଧାର ଶିଶୁକନ୍ୟାର ଠାବ ହେଲେ ମାଆ ଓ ବାପା । ପୋଲିସ ମାଆକୁ ଠାବ କରିବା ପରେ କଟକ ବଡ ମେଡିକାଲ ପଠାଇଛି । ଏନେଇ ସ୍ପଷ୍ଟ କରିଛନ୍ତି ସମ୍ବଲପୁର ଏସପି । ତେବେ ଡିଏନଏ ରିପୋର୍ଟ ଆସିବା ପରେ ପ୍ରକୃତରେ ଏମାନେ ତା ମାଆ ବାପା କି ନାହିଁ ସ୍ପଷ୍ଟ ହେବ ବୋଲି ଏସ୍ପି କହିଛନ୍ତି । ସେଥିପାଇଁ ନମୂନା ପଠାଯାଇଥିବା ବି ଏସପି କହିଛନ୍ତି । ମାଆର ମାନସିକ ସ୍ଥିତି ଠିକ୍ ନାହିଁ ସେଥାପାଇଁ ତାକୁ ଚିକିତ୍ସା ପାଇଁ ଏସ୍ସିବି ପଠାଯାଇଛି । ଶିଶୁକନ୍ୟାର ମାଆ ଓ ବାପା ଉଭୟେ ଶିଶୁଟି ତାଙ୍କର ନିଜର ବୋଲି ପୋଲିସ ଆଗରେ ସ୍ବୀକାର କରିଛନ୍ତି । ଯାହା ଜଣାପଡିଛି ଶିଶୁକୁ ଫିଙ୍ଗିବା ସମୟରେ ବାପା ଉପସ୍ଥିତ ନଥିଲେ । ଏହା ସହ ଉଦ୍ଧାର ଶିଶୁ ବିଜୟିନୀ ସମ୍ପୃକ୍ତ ଦମ୍ପତ୍ତିଙ୍କ ଦ୍ୱିତୀୟ ସନ୍ତାନ ବୋଲି ଏସପି କହିଛନ୍ତି । Post navigation ନୂଆ ବର୍ଷରେ ରେକର୍ଡ଼ ଶ୍ରଦ୍ଧାଳୁ; ଶ୍ରୀକ୍ଷେତ୍ରରେ ୫ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ସ୍ୱଦେଶ ଦର୍ଶନ ଯୋଜନାରେ ସାମିଲ ହେଲା ଦେବ୍ରୀଗଡ଼ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମଭୂମି ଖିଣ୍ଡା