ଟି-୨୦ ବିଶ୍ୱକପ ଜିତିବା ପରେ ଭାରତୀୟ ପ୍ରଶଂସକମାନଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଦେଉଛନ୍ତି ଭାରତୀୟ ଖେଳାଳି। ଗତକାଲି ମ୍ୟାଚ୍ ପରେ ପରେ ପ୍ରଥମେ ବିରାଟ କୋହଲି ଏବଂ ପରେ ରୋହିତ ଶର୍ମା ଅନ୍ତର୍ଜାତୀୟ ଟି=୨୦ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ। ଏବେ ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ଅବସର ଘୋଷଣା କରିଛନ୍ତି। ଜାଡେଜା ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି।

ଜାଡେଜା ୨୦୦୯ରେ ଅନ୍ତର୍ଜାତୀୟ ଟି-୨୦ରେ ପ୍ରବେଶ କରିଥିଲେ। ଶ୍ରୀଲଙ୍କା ବିପକ୍ଷରେ ସେ ତାଙ୍କର ପ୍ରଥମ ମୁକାବିଲା ଖେଳିଥିଲେ। ପ୍ରଥମ ମ୍ୟାଚରେ ସେ ୪ ଓଭର ବୋଲିଂ କରି ୨୯ ରନ ବ୍ୟୟ କରିଥିବା ବେଳେ କୌଣସି ୱିକେଟ୍ ପାଇ ନଥିଲେ। ସେହିପରି ବ୍ୟାଟିଂ କରି ୭ ବଲରେ ୫ ରନ୍ ସ୍କୋର କରିଥିଲେ। ଶନିବାର ଟି-୨୦ ବିଶ୍ୱକପ ଫାଇନାଲ ମୁକାବିଲାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ।

Leave a Reply

Your email address will not be published. Required fields are marked *