ଆଜି ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏଏସଆଇ ପକ୍ଷରୁ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ହେବ। ୨ଟି ପ୍ରକ୍ରିୟାରେ ହେବ ରତ୍ନଭଣ୍ଡାର ଯାଞ୍ଚ କରାଯିବ। ଏ ନେଇ ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ଵନାଥ ରଥ ପ୍ରତିକ୍ରିୟା ରଖିଛନ୍ତି। ଆଇସିଏସଆର ଲ୍ୟାବ ଏକ୍ସପର୍ଟ ୟୁନିଟ୍‌ ମଧ୍ୟ ଉପସ୍ଥିତ ରହିବେ। ଏନଜିଆରଆଇ ହାଇଦ୍ରାବାଦର ଏକ ଟିମ୍‌ ମଧ୍ୟ ରହିବେ। ଷ୍ଟ୍ରକ୍‌ଚର ତଳେ କଣ ଅଛି ସେ ନେଇ ଯାଞ୍ଚ କରାଯିବ। କିଛି ସାମାନ୍ୟ ମେସିନ ଦ୍ବାରା ଯାଞ୍ଚ ହେବ। ଯାଞ୍ଚ ପ୍ରକ୍ରିୟା ସରିବା ପରେ ସୁଡ଼ଙ୍ଗ ଅଛି କି ନାହିଁ ତାହା ସ୍ପଷ୍ଟ ହେବ। ଏସଓପି ଅନୁସାରେ ଦିନ ୨ଟାରେ ଯାଞ୍ଚ କମିଟି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବ। ତେଣୁ ଦିନ ୧ଟାରୁ ଯାଞ୍ଚ ସରିବା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ହେଲେ ଆନନ୍ଦ ବଜାରରୁ ଭକ୍ତମାନେ ମହାପ୍ରସାଦ କିଣିପାରିବେ।

ପୂର୍ବରୁ ରତ୍ନବିହନଦାର ଖୋଲାଯାଇ ଯାଞ୍ଚ କରାଯାଇଥିବା ବେଳେ ଗଣତି ମଣତି କରାଯାଇଥିଲା। ତେବେ ଜଉମୁଦ ଦେଇ ବନ୍ଦ କରାଯାଇଥିବା ଆଲମିରା ଓ ସିନ୍ଦୁକ ନୀଳାଦ୍ରି ମ୍ୟୁଜିୟମ ନିକଟ କୋଠରୀକୁ ସ୍ଥାନାନ୍ତର ହେବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *