ଆଜି ସମ୍ପୂର୍ଣ୍ଣ ହେଲା ରତ୍ନ ଭଣ୍ଡାର ମରାମତି କାମ । ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ କହିଛନ୍ତି ରତ୍ନ ଭଣ୍ଡାରର ଉଭୟ ଭିତର ଓ ବାହାର ମରାମତି କାମ ଶେଷ ହୋଇଛି । ASI ପ୍ରତ୍ୟକ୍ଷ ତତ୍ତ୍ବାବଧନରେ କାମ ସମ୍ପୂର୍ଣ୍ଣ ହୋଇଛି । ମୋଟ ୯୫ ଦିନ ଧରି ମରାମତି କାମ ହୋଇଛି ।  ମୋଟ ୩୩୩ ଘଣ୍ଟାର ମରାମତି କାମ ରେକର୍ଡ ହୋଇଛି ।

ସେହିପରି ରତ୍ନଭଣ୍ଡାର ସ୍ଥିତି ଠିକ୍‌ ନ ଥିଲା ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ତେଣୁ ମରାମତି ବେଳେ ୫୨୦ଟି ପଥର ବଦଳାଯାଇଛି । ବର୍ମା ଟିକ କାଠରେ ଦ୍ୱାର ହୋଇଥିବା ବେଳେ ବାହାର ଭଣ୍ଡାର ଘର ଦୁଆର ରୁପା ଛାଉଣୀ କରାଯିବ ।

ସେ ଆଉ କହିଛନ୍ତି ଗଜପତି ମହାରାଜାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟ କରାଯାଇଅଛି । ପ୍ରାଥମିକ ଭାବେ ଅସ୍ଥାୟୀ ଭଣ୍ଡାର ଘରୁ ରତ୍ନଗୁଡିକୁ ସ୍ଥାନନ୍ତର କରାଯିବ । ଏହା ପରେ ରାଜ୍ୟ ସରକାରଙ୍କ ଉଚ୍ଚ ସ୍ଥରୀୟ କମିଟି ଗଠନ କରାଯାଇ ସ୍ୱତନ୍ତ୍ର ଏସଓପି ମାଧ୍ୟମରେ ରତ୍ନ ଭଣ୍ଡାରର ରତ୍ନଗୁଡିକର ଗଣତି ମଣତି କାର୍ଯ୍ୟ କରାଯିବ । ୧୪ ଜୁଲାଇ ୨୦୨୪ ରତ୍ନ ଭଣ୍ଡାର ଖୋଲାଯାଇଥିଲା ।

Leave a Reply

Your email address will not be published. Required fields are marked *