ରତ୍ନଭଣ୍ଡାର ଗଣତି ମଣତି SOP ନେଇ ଆଜି ପ୍ରତିକ୍ରିୟା ଦେଇଛନ୍ତି ଆଇନମନ୍ତ୍ରୀ । ସେ କହିଛନ୍ତି ରତ୍ନଭଣ୍ଡାର ଗଣତି ମଣତି ନେଇ SOP ଫାଇନାଲ୍ ଷ୍ଟେଜ୍ରେ ପହଞ୍ଚିଛି । ଉଚ୍ଚସ୍ତରୀୟ କମିଟିରେ ଏନେଇ ଆଲୋଚନା ହୋଇଛି ।କମିଟି ଏକ ପୂର୍ଣ୍ଣ୍ରାଙ୍ଗ SOP ସରକାରଙ୍କ ପାଖକୁ ପଠାଇବେ ।ସରକାରଙ୍କ ପାଖରୁ SOP ଆସିଲେ ଗଣତି ମଣତିର ବାଟ ଖୋଲିବ । ସେ ଆଉ ମଧ୍ୟ କହିଛନ୍ତି ରଥଯାତ୍ରା ପୂର୍ବରୁ ଗଣତି ମଣତି ସାରିବାକୁ କମିଟି ନିଷ୍ପତ୍ତି ନେଇଛି । ଦର୍ଶନ ଏବଂ ନୀତିକାନ୍ତିକୁ ଧ୍ୟାନରେ ରଖି ଗଣତି ମଣତି କରାଯିବ । ଗଣତିମଣତି ପାଇଁ ମଧ୍ୟ କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ଭିତର ରତ୍ନଭଣ୍ଡାରକୁ ପ୍ରବେଶ କରିପାରିବେ । ପରିଚାଳନା କମିଟିର ପ୍ରତିନିଧି, ରାଜ୍ୟ ସରକାରଙ୍କ ପକ୍ଷରୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ପ୍ରତିନିଧି ଏବଂ ବଣିଆ ସେବକମାନେ ଉପସ୍ଥିତ ରହିବେ । ଗଣତି କରାଯାଇ ରତ୍ନ ଅଳଙ୍କାରଗୁଡ଼ିକୁ ୧୯୭୮ ତାଲିକା ସହିତ ମେଳ କରାଯିବ । ପ୍ରତ୍ୟେକ ଦିନ ରତ୍ନ ଭଣ୍ଡାର ଚାବି ଜିଲ୍ଲା ଟ୍ରେଜେରୀରେ ରଖାଯିବ ଏବଂ ଗଣତି ସମୟରେ ଭିଡ଼ିଓଗ୍ରାଫି ଏବଂ ସ୍କ୍ରିନିଂ ମଧ୍ୟ କରାଯିବ । ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ବସିଥିବା ବୈଠକରେ ୧୧ ପୃଷ୍ଠାର ମାର୍ଗଦର୍ଶିକା ଚିଠା ପ୍ରସ୍ତାବ ପାରିତ ହୋଇଛି । ଏହାକୁ ପରିଚାଳନା କମିଟି ନିକଟରେ ଉପସ୍ଥାପିତ କରାଯିବ । ଏହା ସରକାରଙ୍କ ଅନୁମୋଦନ ପାଇବା ପରେ ଗଣତି ଆରମ୍ଭ ହେବ । ପ୍ରସ୍ତାବରେ ଗଣତିମଣତି ସମୟରେ ଯେପରି ଶ୍ରୀଜୀଉଙ୍କ ନୀତିକାନ୍ତି ବ୍ୟାଘାତ ନ ହେବ ତାହା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ସେହିଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ନାହିଁ, ଶ୍ରଦ୍ଧାଳୁମାନେ ବାହାର କାଠରୁ ରହି ଦର୍ଶନ କରିବେ । ମାତ୍ର ଭିତରକାଠ ଦର୍ଶନ ବନ୍ଦ ରହିବ । Post navigation Mann Ki Baat: ମନ୍ କି ବାତରେ ମହାନ୍ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରିଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି President Droupadi Murmu: ବୁଡ଼ା ଜାହାଜରେ ଯାତ୍ରା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ