ପୁରୀରେ ମାର୍ଚ୍ଚ ୨୫ରୁ ହେବ ରତ୍ନଭଣ୍ଡାର ଗଣତିମଣତି । ଦିନ ୧୨ଟା ୨୦ରୁ ୧ଟା ୨୫ ମଧ୍ୟରେ ଶୁଭବେଳା । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବସିଥିବା ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।

ସେ କହିଛନ୍ତି ମାର୍ଚ୍ଚ ୨୫ ତାରିଖ, ଚୈତ୍ର ଶୁକ୍ଳ ପକ୍ଷ ସପ୍ତମୀ ତିଥିରେ ଗଣତି ହେବ । ସେହିଦିନର ଶୁଭବେଳା ୧୨ଟା ୧୨ରୁ ଗୋଟାଏ ୪୫ ମିନିଟ୍ ମଧ୍ୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ଆରମ୍ଭ ହେବା । ଏଥିପାଇଁ ଗଠନ ହୋଇଥିବା ଗୋଟିଏ ନିରୀକ୍ଷଣ ଓ ଗୋଟିଏ କାର୍ଯ୍ୟବାହୀ ନିୟୋଜିତ ହେବେ । ଏଥିରେ ଅଧିକୃତ ସେବକ, ଅଧିକାରୀ, ବଣିଆ, ଆରବିଆଇ ସଦସ୍ୟ ପ୍ରମୁଖ ଉପସ୍ଥିତ ରହିବେ। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ବ୍ୟବସ୍ଥାବଳୀ ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯିବ । ଗଣତି ସମୟରେ ମହାପ୍ରଭୁଙ୍କ ଦର୍ଶନରେ ପ୍ରଭାବ ପଡ଼ିବ ନାହିଁ । ଶ୍ରଦ୍ଧାଳୁମାନେ ବାହାର କାଠରୁ ଦର୍ଶନ କରିପାରିବେ । ପର୍ବପର୍ବାଣୀ, ଛୁଟି ଦିନ ଏବଂ ନୀତି ବହୁଳ ଦିନ ଗଣତିମଣତି ବନ୍ଦ କରାଯିବ ।

ସେହିପରି ସମସ୍ତ ଗଣତିମଣତି ପ୍ରକ୍ରିୟାର ସ୍ୱଚ୍ଛତାର ସହିତ କରିବାକୁ ଭିଡ଼ିଓଗ୍ରାଫି କରାଯିବ । ପ୍ରତ୍ୟେକ ଦିନ ଟ୍ରେଜେରିରୁ ଚାବି ଅଣାଯିବା । ଗଣତି ଶେଷ ହେବା ପରେ ପୁନର୍ବାର ସେହିଦିନ ଟ୍ରେଜେରିରେ ଚାବି ଦାଖଲ କରାଯିବ । ୧୯୭୮ ମସିହାରେ ହୋଇଥିବା ଗଣତିମଣତି ତାଲିକା ସହିତ ମେଳକ କରାଯିବା ୧୯୮୨ ଓ ୧୯୮୫ରେ ଅଳଙ୍କାର ଖର୍ଚ୍ଚକୁ ହିସାବକୁ ନିଆଯିବ ।

୩ଟି ପର୍ଯ୍ୟାୟରେ ଅଳଙ୍କାର ଗଣତିମଣତି ହେବ । ପ୍ରଥମେ ଚଳନ୍ତି, ପରେ ବାହାର ଅଳଙ୍କାର ଗଣତିମଣତି। ଶେଷରେ ଗଣତିମଣତି ହେବ ଭିତର ରତ୍ନଭଣ୍ଡାର ଅଳଙ୍କାର।

Leave a Reply

Your email address will not be published. Required fields are marked *