ଚଳିତ ମାସରେ ଖାଉଟିଙ୍କୁ ମିଳିବ ଗହମ । ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ସହ ମିଳିବ ଗହମ। ପୂର୍ବରୁ ଗହମ ଯୋଗାଣ ବନ୍ଦ ଥିବା ବେଳେ ଚଳିତ ମାସରୁ ହିତାଧିକାରୀଙ୍କୁ ଗହମ ଯୋଗାଇବାକୁ ନିଷ୍ପତି ନେଇଛନ୍ତି ସରକାର। ଏ ନେଇ ଆଜି ସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଯେତିକି ଗହମ ଆସିଥିଲା ଖାଉଟିଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କ ଗହମ ପ୍ରତି ଚାହିଦାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଛି। ରାଜ୍ୟକୁ ଯେତିକି ଗହମ ପ୍ରାପ୍ତ ହୋଇଛି, ତାହା ରାସନ କାର୍ଡଧାରୀଙ୍କୁ ବିତରଣ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କଠାରୁ ଗହମ ଆସିଲେ ମଧ୍ୟ ଖାଉଟିଙ୍କୁ ତାହା ଯୋଗାଇ ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । Post navigation ବିଜେଡି ଛାଡ଼ି ପୁଣି କଗ୍ରେସକୁ ଫେରିଲେ ସୁନିତା ବିଶ୍ବାଳ ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ ଗିରଫ