ଚଳିତବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଆଗେଇ ଚାଲିଛି। ଆଜି ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଛି ରଥ ଦଉଡ଼ି । ଏ ନେଇ ଆଜି ସୋସିଆଲ ମିଡ଼ିଆ X ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ସେ କହିଛନ୍ତି ଚଳିତ ବର୍ଷର ଘୋଷଯାତ୍ରା ପାଇଁ ପୁରୀରେ ପହଞ୍ଚିସାରିଛି ରଥ ଦଉଡି, ରଥକାଠ, ବାସୁଙ୍ଗା ପାଟ, ଚନ୍ଦନ । ଏହା ସହ ରଥଯାତ୍ରାର ସମସ୍ତ ପ୍ରସ୍ତୁତି ମହାପ୍ରଭୁଙ୍କ କୃପାରୁ ଠିକ୍ ଚାଲିଛି । ପୁରୀବାସୀ, ସେବକକୁଳ ଏବଂ ଅଗଣିତ ଜଗନ୍ନାଥପ୍ରେମୀ ଭକ୍ତବୃନ୍ଦଙ୍କ ସହଯୋଗ ଓ ସଦିଚ୍ଛା କାମନା କରୁଛୁ । Post navigation ଓଡ଼ିଶାରେ ଆୟୁଷ୍ମାନ ଭାରତ କାର୍ଯ୍ୟକାରିତା କାର୍ଯ୍ୟକାରିତାରେ ଦେଖାଯାଉଛି ସଫ୍ଟୱେର ସମସ୍ୟା ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର