ଆଜି ପବିତ୍ର ରଥଯାତ୍ରା ଅବସରରେ ନୀତିକାନ୍ତି ସଠିକ ସମୟରେ ସଂପନ୍ନ ହୋଇଥିବାବେଳେ ଶେଷ ହୋଇଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ନୀତି । ପହଣ୍ଡି ସରିବା ପରେ ତିନି ରଥରେ ଶୋଭା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଭକ୍ତିମୟ ପରିବେଶ ମଧ୍ୟରେ ହୁଳହୁଳି, ହରିବୋଲ ଡାକ ସହ ଘଣ୍ଟଘଣ୍ଟା ଧ୍ୱନିରେ, ଆଜି ସକାଳ ପ୍ରାୟ ୯ଟା ବେଳେ ପ୍ରଥମେ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଥିଲା । ତାପରେ ଶ୍ରୀବଳଦେବ, ଏହାପରେ ମାତା ସୁଭଦ୍ରା ଏବଂ ଶେଷରେ କାଳିଆ ଠାକୁରଙ୍କର ପହଣ୍ଡିବିଜେ ହୋଇଥିଲା । ଏବେ ଭକ୍ତମାନେ ମହାପ୍ରଭୁଙ୍କ ଛେରାପହଁରା ଓ ରଥଟଣାକୁ ଅପେକ୍ଷା କରିଛନ୍ତି । ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଗଜପତି ମହାରାଜା ଛେରାପହଁରା କରିବେ । ଏହାପରେ ୪ ଟାରେ ଟଣାଯିବ ରଥ । Post navigation ରାଜ୍ୟବାସୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ ଘୁଞ୍ଚିଲା ବିଏଡ ଏଣ୍ଟ୍ରାନ୍ସ; ଖୁବ ଶୀଘ୍ର ନୂଆ ତାରିଖ ଘୋଷଣା