ସମ୍ପନ୍ନ ହେଲା ଚଳିତ ବର୍ଷର ଘୋଷଯାତ୍ରା । ଜନ୍ମବେଦୀରୁ ରତ୍ନବେଦୀକୁ ଫେରିଲେ ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହିତ ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡ଼ା ବିଜେ କରିଛନ୍ତି । ପ୍ରଥମେ ଗୋଟି ପହଣ୍ଡିରେ ଯାଇ ସୂଦର୍ଶନ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରା ଶ୍ରୀମନ୍ଦିରକୁ ବିଜେ କରିଥିଲେ । ପରେ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସିଂହଦ୍ୱାରରେ ଅଟକାଇଥିଲେ ଦେବୀ ମହାଲକ୍ଷ୍ମୀ । ରସଗୋଲା ଦେଇ ମାଆ ଲକ୍ଷ୍ମୀଙ୍କ ମାନଭଞ୍ଜନ କରିବା ପରେ ମହାପ୍ରଭୁ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ବୁଧବାରଦିନ ଠାରୁ ଭକ୍ତଙ୍କୁ ଶ୍ରୀମନ୍ଦିରରେ ତିନି ଠାକୁର ଦର୍ଶନ ଦେବେ । ଆଜିଠାରୁ ଭକ୍ତମାନେ ନୀଳାଚଳ ଅବଢ଼ା ପାଇପାରିବେ । Post navigation ଅରବିନ୍ଦ ଦାସ ପ୍ରଦେଶ କଂଗ୍ରେସ ମିଡିଆ ବିଭାଗର ନୂତନ ଅଧ୍ୟକ୍ଷ ଶରଧାବାଲି ଦଳାଚକଟା ଘଟଣା: ଆଜିଠୁ ଘଟଣାର ହେବ ସାକ୍ଷ୍ୟ ଓ ତଥ୍ୟ ଗ୍ରହଣ; ମେଲ୍ ଆଇଡି ଓ ଟେଲିଫୋନ୍ ନଂ ଜାରି