ଯାଜପୁର ଜିଲ୍ଲାକୁ ରାଜ୍ୟସଭା ସାଂସଦଙ୍କ ପାଣ୍ଠି ବର୍ଷାର ଚର୍ଚ୍ଚା ଏବେ ସାରା ରାଜ୍ୟରେ ଦେଖିବାକୁ ମିଳିଛି। ୪ ବର୍ଷରେ ୧୧ ସାଂସଦ ଯାଜପୁରର ବିକାଶ ପାଇଁ ଦେଇଛନ୍ତି ୧୪ କୋଟିରୁ ଅଧିକ ଟଙ୍କା। ବିଜେଡି ଦଳ ଓ ସାଂସଦ ପଦରୁ ଇସଫା ଦେବାପରେ ପ୍ରଥମେ ସଂପର୍କରେ ଗୁମର ଖୋଲିଥିଲେ । ସାଂସଦ ପାଣ୍ଠିକୁ ନେଇ ବିଜେଡିର ବାବି ଦାସଙ୍କ ସହ ବିବାଦ କାରଣରୁ ମମତା ଇସ୍ତଫା ଦେଇଥିବା ଜଣାପଡିଥିଲା। ସେ ଅଭିଯୋଗ କରିଥିଲେ ତାଙ୍କୁ ସାଂସଦ ପାଣ୍ଠିକୁ ଯାଜପୁର ଜିଲ୍ଲାର କେତେକ ପ୍ରକଳ୍ପରେ ବିନିଯୋଗ କରିବା ପାଇଁ ଅନୁମୋଦନ କରାଯାଇଥିଲା। ଯାହାକୁ ମମତା ବାରଣ କରିଥିଲେ । ଏଥିପାଇଁ ବାରମ୍ବାର ଚାପ ପକାଉଥିଲେ ଏବଂ ଧମକ ମଧ୍ୟ ଦେଉଥିଲେ। ଏପରିକି ଅଗଷ୍ଟ ୪ ତାରିଖ ସୁଦ୍ଧା ହିସାବନିକାଶ ହେବ ବୋଲି ସାଂସଦଙ୍କୁ କୁଆଡ଼େ ଚେତାବନୀ ଦେଇଥିଲେ। ଏହା ପରେ ଏବେ ଗୋଟି ଗୋଟି କରି ତଥ୍ୟ ସାମ୍ନାକୁ ଆସିଛି । ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଯାଜପୁର ବିକାଶ ରହସ୍ୟର ଗୁମର ଆସ୍ତେ ଆସ୍ତେ ଫିଟିବାରେ ଲାଗିଛି । ରାଜ୍ୟସଭା ସାଂସଦମାନେ ବବିଙ୍କ ଦରବାରରେ କିଭଳି ଭେଟି ଦିଆଯାଉଥିଲା ପାଣ୍ଠି, କେମିତି ବିଜେଡି ରାଜ୍ୟସଭା ସାଂସଦ ପାଣ୍ଠିର ଅର୍ଥ ବିନିଯୋଗ କରୁଥିଲା ତାହା ଏବେ ସାମ୍ନାକୁ ଆସିଛି ।

ତଥ୍ଯ ଅନୁସାରେ ୨୦୧୯ରୁ ୨୪ ଯାଏଁ ୧୧ ରାଜ୍ୟସଭା ସାଂସଦ ଯାଜପୁରର ବିକାଶ ପାଇଁ ଦେଇଛନ୍ତି ୧୪ କୋଟିରୁ ଅଧିକ ଟଙ୍କା । ୧୪ କୋଟିରୁ ଅଧିକ ଟଙ୍କା ଦେଇଥିବା ସାଂସଦମାନେ ହେଲେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ୧ କୋଟି ୭୫ ଲକ୍ଷ ଟଙ୍କା ଯାଜପୁର ବ୍ଲକ୍‌କୁ ଏବଂ ଯାଜପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦଶରଥପୁର ବ୍ଲକ୍‌କୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସାଂସଦ ନରେନ୍ଦ୍ର ସ୍ବାଇଁ ଦଶରଥପୁର ବ୍ଲକ୍‌କୁ ୮ ଲକ୍ଷ, ବିଂଝାରପୁର ବ୍ଲକ୍‌କୁ ୨୦ ଲକ୍ଷ ଦେଇଥିବା ବେଳେ । ସାଂସଦ ସସ୍ମିତ ପାତ୍ର ଯାଜପୁରକୁ ୨ କୋଟି, ସାଂସଦ ମାନସ ମଙ୍ଗରାଜ ଯାଜପୁର ବ୍ଲକ୍‌କୁ ୩୦ ଲକ୍ଷ, ମୟୂରଭଞ୍ଜର ରାଜ୍ୟସଭା ସାଂସଦ ମମତା ମହାନ୍ତ ଯାଜପୁର ବ୍ଲକ୍‌କୁ ୧ କୋଟି ଦେଇଛନ୍ତି। ସେହିପରି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଯାଜପୁର ବ୍ଲକ୍‌କୁ ୫୦ ଲକ୍ଷ ଦେଇଛନ୍ତି। ସାଂସଦ ଭାସ୍କର ରାଓ ଯାଜପୁରକୁ ୨୫ ଲକ୍ଷ, ବିଂଝାରପୁର ବ୍ଲକ୍‌କୁ ୮ ଲକ୍ଷ ଦେଇଛନ୍ତି।

୨୦୨୧-୨୨ ଆର୍ଥିକ ବର୍ଷରେ ସାଂସଦ ସୁଜିତ କୁମାର ଯାଜପୁର ବ୍ଲକ୍‌କୁ ୨୫ ଲକ୍ଷ, ସାଂସଦ ମୁନା ଖାଁ ଯାଜପୁରର ବିଭିନ୍ନ ପ୍ରକଳ୍ପ ପାଇଁ ୩୦ ଲକ୍ଷ, ପୂର୍ବତନ ସାଂସଦ ତଥା ବର୍ତ୍ତମାନର କଟକ ମେୟର ସୁବାସ ସିଂହ ସାଂସଦ ପାଣ୍ଠିରୁ ଯାଜପୁର ବ୍ଲକ୍ ପାଇଁ ୩୦ ଲକ୍ଷ ଓ ବଡ଼ଚଣା ବ୍ଲକ୍‌ ପାଇଁ ୫ ଲକ୍ଷ ଦେଇଛନ୍ତି।

୨୦୨୨-୨୩ ଆର୍ଥିକ ବର୍ଷରେ ସାଂସଦ ସୁଜିତ କୁମାର କୋରେଇ ପାଇଁ ୬ ଲକ୍ଷ ଓ ରସୁଲପୁର ବ୍ଲକ୍‌କୁ ୧୦ ଲକ୍ଷ । ସାଂସଦ ସସ୍ମିତ ପାତ୍ର ଯାଜପୁରକୁ ୨ କୋଟି, ସାଂସଦ ମାନସ ମଙ୍ଗରାଜ ଯାଜପୁର ବ୍ଲକ୍‌କୁ ୩୦ ଲକ୍ଷ, ମୟୂରଭଞ୍ଜର ରାଜ୍ୟସଭା ସାଂସଦ ମମତା ମହାନ୍ତ ଯାଜପୁର ବ୍ଲକ୍‌କୁ ୧ କୋଟି ଦେଇଛନ୍ତି। ସାଂସଦ ସୁଲତା ଦେଓ ରସୁଲପୁର ବ୍ଲକ୍ ପାଇଁ ୨୦ ଲକ୍ଷ ଟଙ୍କା ଅନୁଦାନ ଦେଇଥିବା ବେଳେ ଯାଜପୁର ବ୍ଲକ୍‌କୁ ୩ କୋଟି ୬୪ ଲକ୍ଷ ଦେଇଛନ୍ତି।

ସେହିଭଳି ୨୦୨୩-୨୪ ଆର୍ଥିକ ବର୍ଷରେ ସାଂସଦ ସୁଲତା ଦେଓ ଯାଜପୁର ବ୍ଲକ୍‌ ପାଇଁ ୧ କୋଟି ୮୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସେ ନିଜ ଅଞ୍ଚଳ ବରୀ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ୧୫ ଲକ୍ଷ ଓ ରସୁଲପୁର ବ୍ଲକ୍ ପାଇଁ ୧୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସାଂସଦ ସସ୍ମିତ ପାତ୍ର ୧ କୋଟି ୨୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଅମର ପଟ୍ଟନାୟକ ଯାଜପୁର ବ୍ଲକ୍ ପାଇଁ ୨୦ ଲକ୍ଷ ଟଙ୍କା ଦେଇଛନ୍ତି ।

ଏବେ ପ୍ରଶ୍ନ ଉଠୁଛି ଏ ସମସ୍ତ ପାଣ୍ଠି କେବଳ ଯାଜପୁର କୁ କଣ ପାଇ ଦିଆଯାଉଥିଲା ? ସୁଲତା ଦେଓ ଯାଜପୁର ଜିଲ୍ଲାର ସାଂସଦ ହୋଇଥିବାରୁ ସେ ତାଙ୍କ ସାଂସଦ ପାଣ୍ଠି ଅର୍ଥ ଯାଜପୁରକୁ ଦେବା କଥା କିନ୍ତୁ ଅନ୍ୟ ସମସ୍ତ ସାଂସଦ କେଉଁ କାରଣ ପାଇଁ କେବଳ ଯାଜପୁରର ଉନ୍ନତି ବିକାଶ ପାଇଁ ପାଣ୍ଠି ଦେଉଥିଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *