ସମ୍ବଲପୁର  : ଓଡ଼ିଶାରେ କାଲି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନୀ ହେବାକୁ ଥିବା ବେଳେ ଆଜି ଦେଖିବାକୁ ମିଳିଛି ଆଉଜଣେ କେନ୍ଦ୍ରୀୟ ନେତାଙ୍କୁ । ଆଜି ଓଡିଶା ଗ୍ରସ୍ତରେ ଆସି ସମ୍ବଲପୁର ରେଢ଼ାଖୋଲରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରେଢ଼ାଖୋଲ ସଭାରେ ବିଜେଡିକୁ କଡା ସମାଲୋଚନା କରି କହିଛନ୍ତି ଯେ, ଓଡ଼ିଶାରେ ପକ୍କା ଘର ଯେଭଳି ହେବା କଥା ବିଜେଡି ସରକାର କରିନି। ବିଜେପି ସରକାର ଆସିଲେ ଓଡିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେବ। ଓଡ଼ିଶାରେ ୫୦ ବର୍ଷ କଂଗ୍ରେସ ଓ ୨୫ ବର୍ଷ ବିଜେଡି ଶାସନ କରିଛି । ହେଲେ ଓଡ଼ିଶା ଯେଉଁ ଶିଖରରେ ପହଞ୍ଚିବା କଥା ପହଞ୍ଚି ପାରିନି । ଏପରିକି ରତ୍ନଭଣ୍ଡାର ଚାବି ବି ହଜାଇ ଦେଲେ । ହେଲେ ଯେଉଁ ଦିନ ଆମ ସରକାର ହେବ ଏହାର ତଦନ୍ତ ହେବ । ରତ୍ନଭଣ୍ଡାର ଚାବି ହଜାଇଲା କିଏ ତା’ର ତଦନ୍ତ ହେବ ।

ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଭାରତର ଛବି ବଦଳିଛି । ଅନ୍ତର୍ଜାତୀୟ ମଞ୍ଚରେ ଏବେ ଭାରତ କହିଲେ ସମସ୍ତେ ଧ୍ୟାନ ଦେଉଛନ୍ତି ବୋଲି ରେଢ଼ାଖୋଲ ସଭାରେ କହିଛନ୍ତି ରାଜନାଥ ସିଂ ।ଆଜି ଓଡ଼ିଶା ଗସ୍ତରେ ଆସି ପ୍ରଥମେ ରେଢ଼ାଖୋଲ ନିର୍ବାଚନମଣ୍ଡଳୀର ନାକଟିଦେଉଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ରାଜନାଥ। ଏହାପରେ କେନ୍ଦୁଝରର ପାଟଣା ଏବଂ ଶେଷରେ ଖୋର୍ଦ୍ଧାରେ ସାଧାରଣ ସଭାରେ ରାଜନାଥ ସମ୍ବୋଧନ କରିବେ ।
ସେପଟେ ଆସନ୍ତାକାଲି ସକାଳେ ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ ବିଶାଳ ରୋଡ୍ ସୋ’। ମୋଦି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ଆସନ୍ତାକାଲି ସକାଳେ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି ।

By SonaliP

Leave a Reply

Your email address will not be published. Required fields are marked *