କାଳବୈଶାଖୀ ପ୍ରଭାବରେ ରାଜ୍ୟବାସୀଙ୍କୁ ତାତିରୁ ମିଳିଛି ଆଶ୍ୱସ୍ତି । ଆଜି ରାଜ୍ୟକୁ କାଳବୈଶାଖୀ ବର୍ଷା ନେଇ ଚେତାବନୀ। ୭ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଆଜି ପାଇଁ ସମ୍ପୂର୍ଣ୍ଣ ରାଜ୍ୟବାସୀଙ୍କୁ ଝଡ ବର୍ଷା ପାଇଁ ସତର୍କ ସୂଚନା ଦିଆଯାଇଛି । ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡିକ ହେଲା ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦ୍ରାପଡା, କେନ୍ଦୁଝର, ଜଗତସିଂହପୁର, ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷାକୁ ନେଇ ସତର୍କ ସୂଚନା ଦିଆଯାଇଛି । ସେହିପରି ୨୩ ଜିଲ୍ଲାକୁ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଦୁଇ ଦିନ ପରେ ରାଜ୍ୟରେ କାଳବୈଶାଖୀର ପ୍ରଭାବ ହ୍ରାସ ପାଇବ । ଯାହା ଫଳରେ ରାଜ୍ୟକୁ ପୁଣି ତାତି ଫେରିବ । Post navigation କ୍ଲାସ ରୁମ୍ରୁ ୨୦ ଫୁଟର ଅହିରାଜ ଉଦ୍ଧାର ପ୍ରସିଦ୍ଧ ପାକ୍ ଅଭିନେତା ଓ ଅଭିନେତ୍ରୀଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ୍ ବ୍ୟାନ୍