ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହ ହାଲୁକା ବର୍ଷା ହୋଇଥିବା ଦେଖିବାକୁ ମିଳିଛି । ପଶ୍ଚିମାଝଡ ପ୍ରଭାବରେ ଉପକୂଳ ଓଡିଶାରେ ବଦଳିଛି ପାଗ । ଏହାସହ ଆସନ୍ତା ୫ଦିନ ଯାଏ ରାଜ୍ୟରେ ପାଗ କୋହଲା ରହିବ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ୧୧ ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସହ ଖୋର୍ଦ୍ଧା, କଟକ, ଢେଙ୍କାନାଳ, ପୁରୀ ଏବଂ ଯାଜପୁରରେ କୋହଲା ପାଗ ଦେଖିବାକୁ ମିଳିବ। ଏହାର ପ୍ରଭାବରେ ଖସିବ ପାରଦ, ବଢ଼ିବ ଶୀତ । ୩ ଦିନରେ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ନେଇ ଆକଳନ କରାଯାଇଛି । ଏଥିସହ ଦିନ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷକରି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡା, ବଲାଙ୍ଗୀର ,ସମ୍ବଲପୁର, ସୋନପୁର, ଦେବଗଡ଼ ଓ କେନ୍ଦୁଝରରେ ଶୀତର ପ୍ରକୋପ ଅଧିକ ରହିବ । Post navigation ପରଲୋକରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍ଏମ୍ କ୍ରିଷ୍ଣା ପିଏମଜିରେ ଗର୍ଜିଲେ ଜିପିଏଲଏଫ୍ କର୍ମୀ