ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡ଼ୁ ମୁହାଁ ୱେଲମାର୍କଡ ଲୋ-ପ୍ରେସର। ଆଜି ଦୁର୍ବଳ ହୋଇ ପୁଣି ଲଘୁଚାପରେ ପରିଣତ ହୋଇପାରେ । ତେବେ ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାର ୧୧ ଜିଲ୍ଲାରେ ମଧ୍ୟମ ଧରଣ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ୨୪ ତାରିଖରେ ରାଜ୍ୟର ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ବୃଦ୍ଧି ପାଇବା ସମ୍ଭାବନା ରହିଛି । ୨୫ ଓ ୨୬ରେ ଉପକୂଳ ସମେତ ଊପକୂଳକୁ ଲାଗିଥିବା ଅନେକ ଜିଲ୍ଲାରେ ବର୍ଷା ହେବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୨୭ ଓ ୨୮ ରେ ବି କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ ରୁ ୪୦ କିମି ପର୍ଯ୍ୟନ୍ତ ରହିବାର ସମ୍ଭାବନା ଅଛି ।

ଅନ୍ୟପଟେ ଆଗକୁ ଦୁଇ ଦୁଇଟି ଲଘୁଚାପ ସମ୍ଭାବନା । କିନ୍ତୁ ବାତ୍ୟାର ରୂପ ନେବକି ନାହିଁ ତାହା ଏବେଠୁ ଆକଳନ କରିବା ସମ୍ଭବ ନୁହେଁ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ଗତିପଥ, ପ୍ରଭାବ ଓ ବିଭିନ୍ନ ମଡେଲକୁ ଅନୁଧ୍ୟାନ ପରେ ବାତ୍ୟାର ଆକଳନ କରାଯାଇପାରିବ ବୋଲି କହିଛନ୍ତି ବରିଷ୍ଠ ପାଣିପାଗ ବିଜ୍ଞାନୀ।

Leave a Reply

Your email address will not be published. Required fields are marked *