ରେଳ ବଜେଟକୁ ନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଓଡ଼ିଶା ପାଇଁ ୧୦ ହଜାର ୫୮୬ କୋଟି ଟଙ୍କା ଅନୁମୋଦିତ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି । ରେଲୱେ ପାଇଁ ଓଡ଼ିଶାକୁ ୨ ଲକ୍ଷ ୬୨ ହଜାର କୋଟି ଟଙ୍କା ମିଳିଛି ।

ୟୁପିଏ ସରକାର ବେଳେ ବାର୍ଷିକ ୮୩୮ କୋଟି ଟଙ୍କା ମିଳୁଥିଲା । ଏବେ ଓଡ଼ିଶାକୁ ୧୨ ଗୁଣ ଅଧିକ ଅନୁଦାନ ଦିଆଯାଇଛି ବୋଲି କହିଛନ୍ତି । ଓଡ଼ିଶାରେ ଏବେ ୪୦ଟି ବିଭିନ୍ନ ରେଳ ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଛି । ଓଡ଼ିଶାରେ ଶତ ପ୍ରତିଶତ ବିଦ୍ୟୁତ୍‌କରଣ ହୋଇଯାଇଛି ବୋଲି ସୂଚନା ଦେଇଛନ୍ତି । ଗତ ୧୦ ବର୍ଷରେ ୪୨୭ଟି ଫ୍ଲାଏଓଭର/ଅଣ୍ଡର ପାସ୍‌ ନିର୍ମାଣ ହୋଇଛି ।

ଅନୁଗୁଳ, ବାଦାମପାହାଡ, ବରପାଲି, ବେଲପାହାଡ଼, ବେତନଟି, ଭୁବନେଶ୍ୱର, ନୂଆଭୁବନେଶ୍ୱର, ଛତ୍ରପୁର, ବ୍ରହ୍ମପୁର, ଜଳେଶ୍ୱର, ଜୟପୁର, ଝାରସୁଗୁଡା, କେସିଙ୍ଗା, ଖୋର୍ଦ୍ଧା ରୋଡ୍, ମେରାମୁଣ୍ଡଳି, ପାରାଦୀପ, ରେଢାଖୋଲ , ରାଇରଙ୍ଗପୁର, ସାକ୍ଷୀଗୋପାଳ, ସମ୍ବଲପୁର, ସମ୍ବଲପୁର ରୋଡ୍ ଷ୍ଟେସନକୁ ଅମୃତ ଭାରତରେ ପରିବର୍ତ୍ତନ କରାଯିବ ।

Leave a Reply

Your email address will not be published. Required fields are marked *