ସମ୍ବଲପୁର ମଣ୍ଡଳ ଜେଲରେ ଶୁକ୍ରବାର ସକାଳୁ ଚଢ଼ଉ କରିଛି ପୋଲିସ। ଜେଲରେ ବ୍ୟାପକ ନିଶାଦ୍ରବ୍ୟ କାରବାର ହେଉଥିବା ଖବର ପାଇବା ପରେ ଚଢ଼ଉ ହୋଇଥିଲା। ବିଡି, ଗଂଜେଇ, ଖଇନି ତଥା ମାଦକ ଦ୍ରବ୍ୟ ଯାଞ୍ଚ ପାଇଁ ଚଢ଼ଉ ହୋଇଥିବା ବେଳେ ସ୍ଥାନୀୟ ସମସ୍ତ ଥାନାଧିକାରୀ, ଉଚ୍ଚପଦସ୍ଥ ଅଧିକାରୀ ସମେତ ପୋଲିସ ଫୋର୍ସ ସାମିଲ ହୋଇଥିଲେ। ବଲାଙ୍ଗୀରରେ ଗ୍ଯାଙ୍ଗୱାର ହୋଇଥିବା ଜଣାପଡିବା ସକାଳ ସାଢେ ୬ଟାରୁ ଏସପି ଋଷିକେଶ ଖିଲାରୀଙ୍କ ନେତୃତ୍ବରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢଉ ହୋଇଥିଲା । ୨ ପ୍ଲାଟୁନ ଫୋର୍ସ ଓ ୯ ଜଣ ଅଧିକାରୀ ସାମିଲ ହୋଇଥିଲେ। ଜେଲରୁ ବିପୁଳ ପରିମାଣର ନିଶାଦ୍ରବ୍ଯ ଜବତ ହୋଇଥିଲା। ଏସପିଙ୍କ ସୂଚନା ଅନୁସାରେ, ଜେଲର ୧୨ଟି ୱାର୍ଡ ସମେତ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇଥିଲା। ଜେଲକୁ ଏତେ ପରିମାଣର ନିଶାଦ୍ରବ୍ଯ ଚାଲାଣ, କଏଦୀଙ୍କୁ ମାଦକ ଦ୍ରବ୍ଯ ଯୋଗାଇବା ଓ ଜେଲ କର୍ତ୍ତୃପକ୍ଷଙ୍କର ସଂପୃକ୍ତି ନେଇ ଅନେକ ପ୍ରଶ୍ନ ଉଠୁଛି। ନିଶା କାରବାରରେ ଜେଲ କର୍ମଚାରୀଙ୍କ ସଂପୃକ୍ତି ଥିବା ଜେଲର ସନ୍ଦେହ କରିଛନ୍ତି। Post navigation ରେଳ କର୍ମଚାରୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ ସ୍ୱୀକୃତି ଦେବା ପାଇଁ ବୋନସ୍ ପ୍ରଦାନକୁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ଶ୍ରମିକ ମୃତ