ବଜେଟ୍‌ ଉପରେ ଲୋକସଭାରେ ଚର୍ଚ୍ଚାବେଳେ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି । ସରକାରଙ୍କୁ ବିଭିନ୍ନ ଦିଗରୁ ଘେରିବା ସହିତ ବହୁ ପ୍ରଶ୍ନ କରିଛନ୍ତି ରାହୁଲ। ଏହି ବଜେଟ ଭେଦଭାବପୂର୍ଣ୍ଣ ବୋଲି କହିବା ସହ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ। ସେ କହିଛନ୍ତି ବଜେଟରେ କେବଳ ଦୁଇଟି ରାଜ୍ୟକୁ ଗୁରୁତ୍ୱ ଦିଆଯାଇ ଘୋଷଣା କରାଯାଇଛି । ଏହି ବଜେଟ ମଧ୍ୟବିତ୍ତବର୍ଗଙ୍କୁ ସରକାର ପିଠିରେ ଛୁରୀ ଭୁସିଲା ଭଳି କାମ କରିଛନ୍ତି । ଏବଂ ଦେଶକୁ ଚକ୍ରବ୍ୟୁହରେ ଫସେଇ ଦିଆଯାଇଛି । ଏହି ଚକ୍ରବ୍ୟୁହର ଅନ୍ୟ ନାମ ହେଉଛି ପଦ୍ମବ୍ୟୁହ, ଯାହା ଲତା ଆକୃତିର। ଚକ୍ରବ୍ୟୁହ ଏକ ପଦ୍ମ ଫୁଲର ଆକାରରେ ରହିଛି। ଏକବିଂଶ ଶତାବ୍ଦୀର ନୂଆ ଚକ୍ରବ୍ୟୁହ ରଚନା କରାଯାଇଛି । ଯାହାର ପ୍ରତୀକ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଛାତିରେ ଲଗାଇ ଚାଲନ୍ତି। ଯେଉଁଭଳି ଭାବରେ ଅଭିମନ୍ୟୁ ଚକ୍ରବ୍ୟୁହ ଫାଶରେ ପଡ଼ିଥିଲେ, ସେହିଭଳି ଭାରତ ପାଇଁ ମଧ୍ୟ କରାଯାଉଛି।

ଚକ୍ରବ୍ୟୁହ ପଛରେ ୩ଟି ଶକ୍ତି ଅଛି ସେଗୁଡିକ ହେଲା ବେରୋଜଗାରୀ ସମସ୍ୟାରେ ଯୁବପିଢ଼ି ଅଣନିଃଶ୍ବାସୀ କରିବା । ବଜେଟରେ କୃଷକ ଓ ଯୁବକଙ୍କ ପାଇଁ କୌଣସି ବ୍ୟବସ୍ଥା ନ ରଖିବା ।

Leave a Reply

Your email address will not be published. Required fields are marked *