ଫକୀର ମୋହନ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଇଣ୍ଟିଗ୍ରେଟେଡ ବିଏଡ୍ ଦ୍ଵିତୀୟ ବର୍ଷର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧୀ । ସେ କହିଛନ୍ତି ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ, ଏହା ବିଜେପିର ବ୍ୟବସ୍ଥା ଦ୍ଵାରା ସଂଗଠିତ ହୋଇଥିବା ହତ୍ୟା । ଯୌନ ଶୋଷଣ ବିରୋଧରେ ସାହାସୀ ଝିଅ ସ୍ୱର ଉଠାଇଲେ କିନ୍ତୁ ନ୍ୟାୟ ପରିବର୍ତ୍ତେ ତାଙ୍କୁ ଧମକ ଦିଆଗଲା, ଅପମାନିତ କରାଗଲା ନିରୀହ ଝିଅକୁ ଆତ୍ମାହୁତି ପାଇଁ ବାଧ୍ୟ କରାଗଲା ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଆଜି ଦେଶର ଝିଅ ମାନଙ୍କୁ ସୁରକ୍ଷା ଓ ନ୍ୟାୟ ଦରକାର ବୋଲି ରାହୁଲ ଗାନ୍ଧୀ ନିଜ ସୋସିଆଲ ମିଡିଆ ରେ ପୋଷ୍ଟ କରି ନିଜ ପ୍ରତିକ୍ରିୟା ରଖିଛନ୍ତି । Post navigation ଆସନ୍ତା ୧୭ ତାରିଖରେ କଂଗ୍ରେସ ର ଓଡ଼ିଶା ବନ୍ଦ ଡାକରା ବିଫଳ ବ୍ୟବସ୍ଥା ସୌମ୍ୟାଶ୍ରୀଙ୍କ ଜୀବନ ନେଲା କହିଲେ ନବୀନ ପଟ୍ଟନାୟକ