lot of things going to happen this month in odisha, says Tomar

ଦେଶରେ ରାଜ୍ୟପାଳଙ୍କ ଏକ ବଡ଼ ଧରଣର ଅଦଳବଦଳ ହୋଇଥିବାବେଳେ ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫା ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଭାରୀ ବିଜୟ ପାଲ ସିଂ ତୋମାର ।

ରଘୁବର ଦାସ ଓଡ଼ିଶାର ରାଜ୍ୟପାଳ ପଦରୁ ଗତକାଲି ଇସ୍ତଫା ଦେଇଥିବାବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ରାଜ୍ୟପାଳ ପଦରୁ ଦାସଙ୍କ ଇସ୍ତଫା ଗ୍ରହଣ କରିଛନ୍ତି ।

ରାଜନୀତିରେ ଆସିବାକୁ ରଘୁବରଙ୍କ ଇଚ୍ଛା ଅଛି ବୋଲି ଆଜି ପ୍ରଭାରୀ ବିଜୟ ପାଲ ସିଂ ତୋମାର ନିଜ ପ୍ରତିକ୍ରିୟା ରଖିଛନ୍ତି । ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଷ୍ପତ୍ତି ନେବେ ତାଙ୍କୁ କ’ଣ ଦାୟିତ୍ୱ ଦିଆଯିବ ବୋଲି ତୋମାର କହିଛନ୍ତି ।

ଇସ୍ତଫା ଦେବା ପରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ ପୁଣି ଥରେ ରାଜନୀତିରେ ସାମିଲ ହୋଇପାରନ୍ତି ।

By Nirvay

Leave a Reply

Your email address will not be published. Required fields are marked *