ଓଡ଼ିଶା ରାଜ୍ୟପାଳ ପଦରୁ ଅବ୍ୟାହତି ନେଇ ଗତକାଲି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହେବା ପରେ ଓଡିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ବଡ ବୟାନ । ରାଜ୍ୟପାଳ ପଦବୀକୁ ସମସ୍ତେ ଲାଟସାହେବ ପଦ ବୋଲି ଭାବନ୍ତି କିନ୍ତୁ ଜଗନ୍ନାଥଙ୍କ ଭୂମି ଓଡ଼ିଶାରେ ସେ ଏ ଚିନ୍ତାଧାରାକୁ ଭାଙ୍ଗିଛନ୍ତି ବୋଲି କହିଛନ୍ତି । ୩ ମାସରେ ୩୦ ଜିଲ୍ଲା ବୁଲି ଲୋକଙ୍କ ସମସ୍ୟା ବୁଝିଛନ୍ତି ବୋଲି କହିଛନ୍ତି ରଘୁବର ଦାସ । ଓଡ଼ିଶାରେ ଥିବା ବେଳେ ସେ ରାଜ୍ୟ ସରକାରଙ୍କର କୌଣସି ବିଲ୍ ଅଟକାଇ ନାହାନ୍ତି । ରାତି ଅଧାରେ ବି ସେ ସମସ୍ତ ବିଲ୍କୁ ସାଇନ୍ କରି ପଠାଇବାକୁ ପ୍ରୟାସ କରିଛନ୍ତି । ୨୦୨୦ ବିଧାନସଭା ନିର୍ବାଚନ ହାରିବା ପରେ ରଘୁବର ଦାସ ଝାଡ଼ଖଣ୍ଡ ରାଜନୀତିରୁ ଓହରି ଯାଇଥିଲେ । ୨୦୨୩ ମସିହାରେ ରଘୁବରଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା । Post navigation ସୁଭଦ୍ରା’ରେ ୮୦୦୦ ପୁଣି ସାମିଲ; ପୋର୍ଟାଲରୁ ନାମ ବାଦ ହୋଇଯାଇଥିଲେ କରିହେବ ପୁନଃ ସାମିଲ ଓଡ଼ିଶା ଉଚ୍ଚନ୍ୟାୟାଳୟର ‘ନ୍ୟାୟିକ ଅଭିଲେଖାଗାର’ ଉଦ୍ଘାଟିତ