ବ୍ରହ୍ମପୁର ବିଶ୍ବ ବିଦ୍ୟାଳୟରେ ରାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏ ନେଇ ଶୃଙ୍ଖଳା କମିଟର ତଦନ୍ତ ପରେ ୧୭ ଜଣ ଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସପ୍ତାହକ ମଧ୍ୟରେ ୪ ଜଣ ଛାତ୍ରଙ୍କୁ ହଷ୍ଟେଲ ଛାଡ଼ିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ୧୩ ଜଣଙ୍କୁ ଜରିମାନା ସହ ଅଣ୍ଡରଟେକିଂ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ବିଶ୍ବବିଦ୍ୟାଳୟର କୁଳପତି ଗୀତାଞ୍ଜଳି ଦାସ ସୂଚନା ଦେଇଛନ୍ତି।

୨୧ ତାରିଖରେ ନୂତନ ଛାତ୍ରାବାସରେ ରାଗିଂ ନେଇ ଅଭିଯୋଗ ହୋଇଥିଲା। ପ୍ରଥମ ବର୍ଷର ଛାତ୍ରଙ୍କୁ ମାନସିକ ନିର୍ଯାତନା ସହ ରାଗିଂ କରାଯାଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ପୀଡ଼ିତ ୟୁଜିସିର ଆଣ୍ଟିରାଗିଂ ସେଲ୍‌ରେ ଅଭିଯୋଗ କରିଥିଲେ। ୟୁଜିସି ପକ୍ଷରୁ ୨୨ ତାରିଖରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *