ଛେର୍ ଛେରା…କୃଷି ପରମ୍ପରାର ଆଉ ଏକ ଅନନ୍ୟ ପର୍ବ ହେଉଛି ପୁଷ୍ ପୁନି । ଦକ୍ଷିଣ ଓଡ଼ିଶାର ଅବିଭକ୍ତ କୋରାପୁଟ ଜିଲ୍ଲା ଏବଂ ଉତ୍ତର ଓଡ଼ିଶାର ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବୀତ କରିବା ଉଦ୍ଦ୍ୟେଶରେ ପୌଷ ପୂର୍ଣ୍ଣିମା ବା ପୁଷ ପୁନି ପରବ ପାଳିତ ହୋଇଥାଏ । ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶାର ଅଧିକାଂଶ ଲୋକଙ୍କ ଜୀବିକାର ମୁଖ୍ୟ ପନ୍ଥା ହେଉଛି କୃଷି । ଫସଲ ଅମଳ ପରେ ଆନନ୍ଦର ସହ ସେମାନେ ପୌଷ ପୂର୍ଣ୍ଣିମା ପରବ ପାଳିଥାନ୍ତି । ତେଣୁ ଆଦିବାସୀ ସଂସ୍କୃତିରେ ପୌଷ ପୂର୍ଣ୍ଣିମାର ଗୁରୁତ୍ୱ ବହୁତ ଅଧିକ ରହିଛି । ଆଜି ନାନା ପ୍ରକାରର ବାଜାରେ ଦୁଲୁକୁଛି ଖଣ୍ଡମଣ୍ଡଳ । ଛୋଟ ପିଲାଙ୍କଠୁ ଆରମ୍ଭ କରି ବୟସ୍କଙ୍କ ନୃତ୍ୟରେ ଫାଟି ପଡୁଛି ଗାଁ ଦାଣ୍ଡ । ହେଲେ ଆଜି ଗାଁ ଦାଣ୍ଡରେ ଆଉ ଶୁଭୁନି ପିଲାଙ୍କର ପୁଷ୍ ପୁନିରେ ଛେର ଛେରା ମାଗିବାର ସେହି ଗୀତ । ଚାଉଳ, ପୁଷ ପୁନିର ମଣ୍ଡାପିଠାକୁ ଏକାଠି କରି ଭୋଜି କରିବାର ପ୍ରଥା ପରମ୍ପରା ଏବେ ଲୁପ୍ତ ପ୍ରାୟ । Post navigation OPSC OCS Notification: ୧୫୧ଟି ଅଧିକ ପଦବୀ ପୂରଣ ପାଇଁ ଓପିଏସସିକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ Air Quality Index: ଦେଶର ୧୦ ପ୍ରଦୂଷିତ ସହର ଭିତରେ ଓଡ଼ିଶାର ୭, ତାଳଚେର ଏକ ନମ୍ବର