ବଡଦାଣ୍ଡ ଉଠାଦୋକାନୀଙ୍କ ଆନ୍ଦୋଳନ। ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି ଶହ ଶହ ଉଠାଦୋକାନୀ । ଉଚିତ ସ୍ଥାନରେ ଥଇଥାନ ଦାବିରେ ବଡ଼ଦାଣ୍ଡ ଉଠାଦୋକାନୀଙ୍କ ଆନ୍ଦୋଳନ ଦେଖିବାକୁ ମିଳିଛି। ବର୍ଷେ ତଳେ ଶ୍ରୀମନ୍ଦିରକୁ ଭକ୍ତ ଯାତାୟତ ସୁଗମ କରିବା, ବଡଦାଣ୍ଡରେ ଟ୍ରାଫିକ ସମସ୍ୟା ଦୂର ପାଇଁ ତତ୍କାଳୀନ ବିଜେଡି ସରକାରଙ୍କ ନିଷ୍ପତ୍ତି କ୍ରମେ ଶ୍ରୀମନ୍ଦିର ଠାରୁ ପୁରୀ ବଡଦାଣ୍ଡର ମେଡ଼ିକାଲ ଛକ ପର୍ଯ୍ୟନ୍ତ ସମସ୍ତ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା । ଏଯାଏଁ ଥଇଥାନ କରାଯାଉନଥିବା ଅଭିଯୋଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କହିଛନ୍ତି ଶହ ଶହ ଉଠାଦୋକାନୀ ।

ଏହା ସହ ଉଠାଦୋକାନୀ ଅଭିଯୋଗ କରି କହିଛନ୍ତି ଆମକୁ ମିଠା କଥା କହି ଉଠେଇଦେଲ। ଏବେ ଆମ କଥା କେହି ବୁଝୁ ନାହାନ୍ତି। ଯଦି ଆମ ଦାବି ପୂରଣ ନ ହୁଏ ଆଗକୁ ରାସ୍ତା ଉପରେ ଲଢେଇ ଦେବ।

Leave a Reply

Your email address will not be published. Required fields are marked *