ପୁରୀ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଓ ଗର୍ଭଗୃହ, ଜଗମୋହନ ଓ ନାଟମଣ୍ଡପ ମରାମତିକୁ ନେଇ ବୈଠକରେ ଆଲୋଚନା ହୋଇଛି । ଆସନ୍ତା ଜୁନ୍ ୨୮ରୁ ଜୁଲାଇ ୬ ତାରିଖ ମଧ୍ୟରେ ପୁରୀ ଜଗନ୍ନାଥ ମନ୍ଦିରର ଗର୍ଭଗୃହ ଓ ବାହାର ରତ୍ନଭଣ୍ଡାର ମରାମତି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । ଏହି ସମୟରେ ବିଶେଷ କରି ବାହାର ରତ୍ନଭଣ୍ଡାର ମରାମତି ହେବ । ଭିତର ରତ୍ନଭଣ୍ଡାର ମରାମତି ପ୍ରାୟତଃ ଶେଷ ହୋଇସାରିଛି କେବଳ ଚଟାଣ କାମ ବାକି ରହିଛି । ନାଟମଣ୍ଡପ, ଜଗମୋହନ ମରାମତି କାମ ମଧ୍ୟ କରାଯିବ । ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରିବାକୁ ଆଲୋଚନା ହୋଇଛି । ଶ୍ରୀମନ୍ଦିର ଟେକ୍ନିକାଲ କମିଟି, ASI ମିଳିତ ଭାବେ ମରାମତି କାର୍ଯ୍ୟର ତଦାରଖ କରିବେ । ଏହି ବୈଠକରେ ବୈଷୟିକ କୋର କମିଟି ସଦସ୍ୟ ଏନ.ସି. ପାଲ, ସୁପରିନଟେଣ୍ଡେଣ୍ଟ ଆର୍କିଓଲୋଜିଷ୍ଟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଉନ୍ନୟନ ପ୍ରଶାସକ ଉପସ୍ଥିତ ଥିଲେ । Post navigation ମିଶନ ଶକ୍ତି ପକ୍ଷରୁ ଆୟୋଜିତ ସିନ୍ଦୂର ଯାତ୍ରାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ